ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ହୋଲି ପାଳିତ କନ୍ଧମାଳ :-୧୫/୦୩(ରିପୋର୍ଟ କୁନା ଦିଗାଲ )ପବିତ୍ର ଦୋଳ ଉତ୍ସବ ଓ ରଙ୍ଗଓ ଭାଇଚାରା ର ପର୍ବ ହୋଲି ଫୁଲବାଣୀ ସମେତ ସମଗ୍ର କଂଧମାଳ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ର ସହ ପାଳିତ ହୋଇଯାଇଛି lଏହି ଅବସରର ରୋଟାରୀ କ୍ଲବ୍ ସଭାପତି ବିପ୍ରଚରଣ ପାତ୍ର, ସମ୍ପାଦକ ବିଜୟ ପଟ୍ଟନାୟକ, ପ୍ରକାଶ ପଣ୍ଡା, ପାବନ ଅଗ୍ରୱାଲା, ବି ଦେବେନ୍ଦ୍ର ପାତ୍ର, ଶୁଭ୍ରlରାଣୀ ପଟ୍ଟନାୟକ, ପ୍ରେସ କ୍ଲବ୍ ସଭାପତି ତଥା ରୋଟା ରିଆନ ସୁନୀଲ ପଟ୍ଟନାୟକ, ବାଲାଜୀ ପାତ୍ର, ପଦ୍ମ ଚରଣ ସ୍ବାଇଁ ପ୍ରମୁଖ ଉତ୍କଳ ବlଳlଶ୍ରମ୍ ଯାଇ ସେଠାକାର ଅନ୍ତେବାସୀ ଙ୍କ ସହ ମିଶି ହୋଲି ଖେଳିବା ସହ ପିଲାଙ୍କୁ ମିଠା, ବିସ୍କୁଟ, କେକ୍, ଚକଲେଟ, କଦଳୀ, ବିଭିନ୍ନ ପ୍ରକlର କଲର୍ ଆଦି ପ୍ରଦାନ କରିଥିଲେ lପିଲାଙ୍କ ସହ ହୋଲି ଖେଳି ଖୁସି ବ୍ୟକ୍ତ କରିଥିଲେ ରୋଟାରୀ ସଭାପତି ଓ ସଦସ୍ୟ ମାନେ l ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ଓ ବlଳlଶ୍ରମକର୍ମଚାରୀ ଉପସ୍ଥିତ ଥିଲେ l ସେହିପରି ପ୍ରେସ କ୍ଲବ୍ ଓକିଲ ସଂଘ, ସରକାରି କର୍ମଚାରୀ ସଂଘ, ମହିଳl ସଂଘ ସଦସ୍ୟା, କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ପରସ୍ପରକୁ ରଂଗ ବୋଳି ଥିବା ଦେଖା ଯାଇଥିଲା l
Related Posts

ମାଟ୍ରିକ ପାସ ପ୍ରମାଣପତ୍ର ଦେବା ପାଇଁ ୧ ଶହ ଟଙ୍କା ଦାବି
ମାଟ୍ରିକ ପାସ ପ୍ରମାଣପତ୍ର ଦେବା ପାଇଁ ୧ ଶହ ଟଙ୍କା ଦାବି ଗଜପତି ():ଗଜପତି ଜିଲ୍ଲାର କେତେକ ହାଇସ୍କୁଲରେ ମାଟ୍ରିକ ପାସ ପ୍ରମାଣ ପତ୍ର ଦେବା ନାମରେ…

ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ
ନୂଆଦିଲ୍ଲୀ : ନୂତନ ବର୍ଷରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଗୁରୁବାର ଅଷ୍ଟମ ବେତନ କମିଶନ…

ଅନିଦ୍ରା ସଚେତନl ଓ ସ୍ଵାସ୍ଥ୍ୟ ଶିବିର
ଅନିଦ୍ରା ସଚେତନl ଓ ସ୍ଵାସ୍ଥ୍ୟ ଶିବିର 6ବ୍ରହ୍ମପୁର ତା. 20. 5.ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅନିଦ୍ରା ରୋଗ ସଚେତନା ଓ ମାଗଣା…