ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଦନା …

ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଦନା …

କନ୍ଧମାଳ :- 30/6/-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ହାଇ ସ୍କୁଲ ତଥା ଫୁଲବାଣୀ ସହର ଉପକଣ୍ଠ ରେ ଅବସ୍ଥିତ ରୁଜାଙ୍ଗୀ ସରକାରୀ ହାଇ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀମତୀ ଅର୍ଚନା ବାସା ନିଷ୍ଠା ଓ ଦକ୍ଷତାର ସହ ଦୀର୍ଘ 32 ବର୍ଷ କାର୍ଯ୍ୟ କରି ଜୁନ ମାସ 30 ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି lଶ୍ରୀମତୀ ବାସା ଜଣେ ଗଣିତ ବିଶାରଦ ଓ ଧୂରୀଣ ବିଜ୍ଞାନ ଶିକ୍ଷୟତ୍ରୀ ଅଟନ୍ତି l ସେ ପ୍ରଥମେ ସମ୍ବଲପୁରର ଖଲେଇ ହାଇସ୍କୁଲ ରେ ଅବସ୍ଥାପିତ ହୋଇ ପରବର୍ତ୍ତୀ ସମୟ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ହାଇସ୍କୁଲ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ର ପୁଲିସ ହାଇ ସ୍କୁଲ, ଦୁତିପଡ଼l ହାଇ ସ୍କୁଲ ସମେତ ବର୍ତ୍ତମାନ୍ ସେ ରୁଜାଙ୍ଗୀ ହାଇ ସ୍କୁଲ ରେ ଅବସ୍ଥାପିତ ହୋଇ ନିଜର ଶିକ୍ଷକତା ଜୀବନ ରେ ଛାତ୍ର, ଛାତ୍ରୀ, ସହକର୍ମୀ ଓ ଅଭିଭାବକ ଙ୍କ ପ୍ରିୟ ଭାଜନ ହୋଇ ଥିଲେ l ସୂଚନା ମୁତାବକ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡ. ଅରୂପ ଜେନା ଙ୍କ ସହଧର୍ମିଣୀ ଅଟନ୍ତି l ରୁଜାଙ୍ଗୀ ହାଇସ୍କୁଲ ଠାରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ଛାତ୍ର, ଛାତ୍ରୀ, ସହକର୍ମୀ, ଅଭିଭାବକ ଓ ଗ୍ରାମବାସୀ ଗଣ ତାଙ୍କୁ ଅଶ୍ରୁଳ ବିଦାୟ ଦେଇ ଥିଲେ lଅନ୍ୟମାନଙ୍କ ମଧ୍ୟ ରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ ଷଡଙ୍ଗୀ,ଶିକ୍ଷା ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ବିକାଶ ପ୍ରଧାନ, ଶିକ୍ଷକ ନେତା ରାଧା କାନ୍ତ ସାହୁ, ଶ୍ରୀ ଦେବୀ ପ୍ରସାଦ ଶତପଥୀ, ଜିଲ୍ଳା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଣବ ମଣ୍ଡଲ, ଜିଲ୍ଳା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟନାୟକ, ଜିଲ୍ଳା ସାମ୍ବାଦିକ ସଂଘ ର ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଶ୍ରୀମତୀ ବାସା ଙ୍କୁ ଏହି ଅବସର ରେ ଶୁଭେଚ୍ଛା ଜଣାଇ ଅଛନ୍ତିl

Leave a Reply

Your email address will not be published. Required fields are marked *