ଫୁଲବାଣୀ ଠାରେ ୩ ଦିନିଆ ଜେ ଆର ସି କ୍ୟାମ୍ପ ଉଦଘାଟିତ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ରେ ତିନିଦିନ ବ୍ୟାପୀ ଫୁଲବାଣୀ ସହର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରି ସରରେ ଅନୁଷ୍ଠିତ ଜେ ଆର ସି କ୍ୟାମ୍ପ କୁ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ପତାକା ଉତ୍ତୋଳନ ସହ ପ୍ରଦୀପ ପ୍ରଜ୍ବଳନ କରି କ୍ୟାମ୍ପ କୁ ଉଦଘାଟନ କରିବା ସହ ପାଠ ପଢିବା ସହ ସେବା ଓ ପରୋପକାର ମନୋବୃତି ରହିଲେ ଭବିଷ୍ୟତ ରେ ଜଣେ ଭଲ ମଣିଷ ଟିଏ ହେଇପାରିବ ବୋଲି ମୁଖ୍ୟ ଅତିଥି ବିଧାୟକ ମଲିକଛାତ୍ର ଓ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ମୁଖ୍ୟ ବକ୍ତାଭାବେ ଜେ ଆର ସି ର ପୂର୍ବତନ ସାଧନ କର୍ମୀ ସରୋଜ କୁମାର ରଥଯୋଗ ଦେଇଥିବାବେଳ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସନ୍ତୋଷ ପାଢ଼ୀ, ଖଜୁରୀପଡା ବି ଇଓ,ବି ଇଓ ଟିକାବାଲି ଜଗନାଥ ସାହାଣୀ,ଆଇନଜୀବୀ ତଥା କାଉନ ସିଲର ରମେଶ ମହାନ୍ତି,ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ସଞ୍ଜୟ ପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତଥା ଶିବିର ପରିଚାଳନା ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଡିଗାଲ ପ୍ରମୁଖ ଯୋଗ ଦେଇ ଏହି କ୍ୟାମ୍ପ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଶାରୀରିକ, ମାନସିକ ଓ ସାମାଜିକ ବିକାଶ ସମ୍ଭବ ହେବ ବୋଲି କହିଥିଲେ l ପରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀମାନେ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ lଆୟୋଜକ ବାଳିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା l ଶନିବାର ଉଦଯାପିତ ହେବ l ବିଭିନ୍ନ ସ୍କୁଲ ର ତିନିଶହ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l