ଫୁଲବାଣୀ ଠାରେ ସମତା ଓ ଅନ୍ତର୍ନିବେଶି ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ ଠାରେ ସମତା ଓ ଅନ୍ତର୍ନିବେଶି ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ର ଗୋଷ୍ଠୀ ସମ୍ବଳ ଶିକ୍ଷକ ଙ୍କୁ ନେଇ ନିଷ୍ଠା ର ସମତା ଓ ଅନ୍ତର୍ନିବେଶି ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି | ଏହି ତାଲିମ କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ଜିଲ୍ଲା ଶୈକ୍ଷିକ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ସୁରେଶ ପ୍ରଧାନ, ଶିକ୍ଷକ ପ୍ରଶିକ୍ଷକ ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଓ ସମର କୁମାର ବେହେରା , ପୂର୍ବତନ ସି ଆର ସି ସି ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଦିଲୀପ କୁମାର ପାଣିଗ୍ରାହୀ, ସୁକାନ୍ତ ଦତ୍ତରାୟ ଓ ସୁବଳ ସାହୁ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ | ଏହି ତାଲିମ କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ଙ୍କୁ କିପରି ଭାବେ ଶିକ୍ଷାଦାନ ଦିଆଯିବା ଆବଶ୍ୟକ ସେ ବିଷୟରେ ତାଲିମ ଦିଆଯାଇଥିଲା | ଯଥା : ବିବିଧତାପୂର୍ଣ୍ଣ ଆନ୍ତର୍ନିବେଶି ଶ୍ରେଣୀ କକ୍ଷ, ଭିନ୍ନକ୍ଷମ ବିଭାଗୀକରଣ, ସାର୍ବଜନୀନ ଶିକ୍ଷଣ ଢାଞ୍ଚା, ପ୍ରଶସ୍ଥ ଆପ, ଆନ୍ତର୍ନିବେଶି ଶ୍ରେଣୀଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ର ପ୍ରୟୋଗ, ଭିନ୍ନକ୍ଷମ ଙ୍କ ପାଇଁ ପରୀକ୍ଷା ବୋର୍ଡ ରେ ବ୍ୟବସ୍ଥା, ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟ ବିଷୟବସ୍ତୁ ରେ ଭିନ୍ନକ୍ଷମ ପାଇଁ ବ୍ୟବସ୍ଥା ଏହିପରି ଅନେକ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l ଗୋଷ୍ଠୀ ସମ୍ବଳ ଶିକ୍ଷକ ମଧ୍ୟରେ ଶ୍ରୀ ପ୍ରଦୀପ ମହାପାତ୍ର, ପବିତ୍ର କୁମାର ସାହୁ, ମହମଦ କେଶରୀ ପ୍ରଧାନ,ଅରବିନ୍ଦ ମହାପାତ୍ର,ରାଜେଶ କୁମାର ପ୍ରଧାନ, ପ୍ରସନ ପ୍ରଧାନ, ନିରଞ୍ଜନ ସାହୁ, ରଶ୍ମିତା ନାୟକ, ପି. ଜଗଦିଶ ପାତ୍ର, ଶମ୍ଭୁ ପ୍ରସାଦ ମେହେର, ରମେଶ ଚନ୍ଦ୍ର ବେହେରା, ରଶ୍ମିତା ସେନାପତି, ଅନିସୀମା ନାୟକ,ରତନ କୁମାର ଗଣ୍ଡ ଓ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *