ଫୁଲବାଣୀ ଠାରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ..

ଫୁଲବାଣୀ ଠାରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରଶାସନ ଏବଂ କମଳା ପ୍ରକାଶନୀ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ କର୍ନେସ ପଡ଼ିଆରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ପଞ୍ଚମ ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ କବିତା ପାଠୋତ୍ସବ ଓ ସାଂପ୍ରତିକ ପରିସ୍ଥିତିରେ ସାହିତ୍ୟର ଆବଶ୍ୟକତା କେତେ ଆଲୋଚନା ହୋଇଥିଲା ।ଲେଖକ ସାମ୍ମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ମିଶ୍ର ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ ସାଂପ୍ରତିକ ଦୁନିଆରେ ସାହିତ୍ୟ ପ୍ରତି ଅନୁରାଗ ଓ ସୁରକ୍ଷା ଧୀରେ ଧୀରେ କମିଯାଉଛି ଯାହା ଫଳରେ ଆଗାମୀ ତିରିଶି ବର୍ଷ ବେଳକୁ ଓଡ଼ିଆ ଭାଷା ଓ ସାହିତ୍ୟର ମୃତ୍ୟୁ ହୋଇଯିବ ବୋଲି ସନ୍ଦେହ କରିଥିଲେ ।ସମ୍ମାନିତ ଭାବେ ଶ୍ରୀଯୁକ୍ତ ଅଶୋକ ମିଶ୍ର ,ଶ୍ରୀଯୁକ୍ତ ନବକିଶୋର ରଥ ଯୋଗଦେଇଥିଲେ ।ଅନୁଷ୍ଠାନର ସମ୍ପାଦକ ଶ୍ରୀ ବନବିହାରୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି କୈଳାଶ ଧଳ ମଞ୍ଚ ପରିଚାଳନା କରିଥିଲେ ।କବିତା ପାଠୋତ୍ସବ ର ସଂଯୋଜନା କରିଥିଲେ ଅଧ୍ୟାପିକା ଶ୍ରୀମତୀ ହରପ୍ରିୟା ମିଶ୍ର ଓ ପ୍ରଧ୍ୟାପିକା ଜ୍ୟୋତିର୍ମୟୀ କହଁର ।ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ,ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *