ଫୁଲବାଣୀ କୁ ରେଳ ସଂଯୋଗ ନ ହେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ବିଭିନ୍ନ ସଂଗଠନ ର ଚେତାବନୀ … (କୁନା ଦିଗାଲଙ୍କ ରିପୋର୍ଟ )
କନ୍ଧମାଳ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଆଠଟି ରେଳ ପ୍ରକଳ୍ପକୁ ମଞ୍ଜୁରୀମିଳିବା ସହ ଅନୁଦାନ ଘୋଷଣା କରିଥିବା ବେଳେ ବହୁ ପ୍ରତିକ୍ଷୀତ ଗୋପାଳପୁର -ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ନେଇ କୌଣସି ଅର୍ଥ ମଂଜୁର ହୋଇନାହିଁ l ଭାରତ ସରକାରଙ୍କ ପ୍ରକଳ୍ପ କୁ ଏହି କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ସଭାପତି ଡ଼ ଅରୂପ ଜେନା, ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପ୍ରଣବ ମଣ୍ଡଳ, କନ୍ଧମାଳ ପିପୁଲସ ଫୋରମ ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଫୁଲବାଣୀ କୁ ରେଳ ସଂଯୋଗ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛି l ଫୁଲବାଣୀ ସହର ଦେଇ ରେଳ ସଂଯୋଗ ନେଇ ନୂଆ ଡିପିଆର ପ୍ରସ୍ତୁତ ହେବ ଆଉ ଅର୍ଥ ଅନୁଦାନ ଦିଆଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପ୍ରତିଶୃତି ଦେଇଥିଲେ l ଓରିଡେଲ ଏହାର ପୁନଃ ସର୍ଭେ କରି ଡିପିଆର ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଥିଲେ lକନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଅନୁରୂପ କଥା କହିବା ସହ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି l ସେହିପରି ନିକଟରେ ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷାପlଢିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଓରିଡେଲ କତୃପକ୍ଷ ଉପସ୍ଥିତ ଥିଲେ l ଏହି ବୈଠକ ରେ ଗୋପାଳପୁର -ରେଢ଼ାଖୋଲ ରେଳ ଲାଇନ ସମ୍ପର୍କରେ ଆଲୋଚନା ହୋଇଥିଲା lପୁଣି ଥରେ ଡିପିଆର ହୋଇ ଜମି ଚି଼ହ୍ନଟ ହେବ l ଅନ୍ୟ ପଟେ ଏହି ପ୍ରକଳ୍ପ କୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ରେ ସାମିଲ କରାଯାଇଛି l ଏହି କାର୍ଯ୍ୟ କୁ ୨୦୨୮ ସୁଦ୍ଧା ରେଳ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି l ତେବେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଅର୍ଥ ଅନୁଦାନ ମଂଜୁର କରିନଥିବାରୁ ପ୍ରକଳ୍ପ କାର୍ଯ୍ୟ କିପରି ହେବ ବୋଲି ସମାଜସେବୀ ଅଶୋକ ପରିଡା, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ପ୍ରଣବ ମଣ୍ଡଳ ପ୍ରଶ୍ନ କରିଛନ୍ତି l କେନ୍ଦ୍ର ସରକାର ତୁରନ୍ତ ଅର୍ଥ ମଂଜୁର କରି ନୂଆ ଡିପିଆର ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାକୁ କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ସଭାପତି ଡ଼ ଅରୂପ ଜେନା ସମ୍ପାଦକ ସୁନୀଲ ପଟନାୟକ ଦାବୀ କରିଛନ୍ତି ଅ ନ୍ୟଥା ଗୋପାଳପୁର -ରେଢ଼ାଖୋଲ ଭlୟା ଫୁଲବାଣୀ ରେଳ ପଥ ଲୋକଙ୍କ ସ୍ବପ୍ନ ରେ ରହିଯିବ ବୋଲି ସେମାନେ କହିଛନ୍ତି l