ଫୁଲବାଣୀକୁ ରେଳ ପଥ ସଂଯୋଗ ଦାବିରେ ନାଗରିକ କମିଟି ତରଫରୁ ଆସନ୍ତା ୨ ରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀକୁ ରେଳ ପଥ ସଂଯୋଗ ଦାବିରେ ନାଗରିକ କମିଟି ତରଫରୁ ଆସନ୍ତା ୨ ରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ..

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଗୁରୁବାର ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ସଭାପତି ଡ଼ଃ ଅରୂପଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ପାଦକ ଅଶୋକ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ,ଆଇନଜୀବୀ ବିଜୟ ପଟନାୟକ, ସତ୍ୟ ପ୍ରିୟ ମହାନ୍ତି, ବଣିକ ସଙ୍ଘ ସଭାପତି ଅଶୋକ ପଟନାୟକ,ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଦିଗାଲ, ପ୍ରମୋଦ ସାହୁ, ଉମେଶ ପାତ୍ର, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପ୍ରଣବ ମଣ୍ଡଳ, କୃଷ୍ଣ ଚନ୍ଦ୍ର ମିଶ୍ର,ବ୍ରଜ ପଟନାୟକ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ଦେଇଥିଲେ lଫୁଲବାଣୀ କୁ ରେଳ ପଥ ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିବା ସହ ଆଗାମୀ ୨ ତାରିଖ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନିକିଆ ଗଣ ଧାରଣା ଦେବାପାଇଁ ନିଷ୍ପତି ନିଆଯାଇଥିଲା lସେହିପରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ଆଲୋଚନା ପାଇଁ ସି ଡ଼ିଏମ ଓ ଙ୍କ ସହ ଆଲୋଚନା କରାଯିବ ଏ ଥିସହ ବର୍ଦ୍ଧିତ ହୋଲଡିଂ ଟାକ୍ସ ସମ୍ପର୍କରେ ଆଲୋଚନା ହୋଇଥିଲା l

One thought on “ଫୁଲବାଣୀକୁ ରେଳ ପଥ ସଂଯୋଗ ଦାବିରେ ନାଗରିକ କମିଟି ତରଫରୁ ଆସନ୍ତା ୨ ରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

  1. ସୁନ୍ଦର ତଥ୍ୟ ପ୍ରକାଶ କରୁଥିବା ଗଣମାଧ୍ୟମ ଧନ୍ୟବଦ୍

Leave a Reply

Your email address will not be published. Required fields are marked *