ଫର୍ମ ଫିଲାଫ ଆଳରେ ୭ଛାତ୍ରଙ୍କୁ ନିଜ ଦୋକାନର ରଙ୍ଗ ବୋଳା କାମରେ ନିୟୋଜିତ କଲେ ଖେଳ ଶିକ୍ଷକ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗ୍ରାମାଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ରହି ପାଠ ପଢିବେ ଏବଂ ଉତ୍ତମ ଜ୍ଞାନ ଆହରଣ କରିବେ ଭଲ ମଣିଷ ହେବେ । ଏଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖଚ୍ଚ କରୁଥିବା ବେଳେ କେତେକ କ୍ଷେତ୍ରରେ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତୀମାନେ ପିଲାଙ୍କୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ କେତେବେଳେ ନିଜ ଦୋକାନ ବଜାରରେ ଶିଶୁ ଶ୍ରମିକ ସଜାଉଛନ୍ତି ତ, ଅନ୍ୟ କେତେବେଳେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଫେନ ନଥିବାରୁ ପିଲାଙ୍କୁ ହାତରେ ବିଞ୍ଚଣା ଧରି ବିଞ୍ଚୁଥିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଏହା ସମ୍ପୁଣ୍ଣ ବେଆଇନ ହୋଇଥିଲେ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ବେଖାତିର କରି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ଦାୟିତ୍ବହୀନ କାର୍ଯ୍ୟ କରିଆସୁଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାର ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଶିକୁଳିପଦର ସରକାରୀ ବିଦ୍ୟାଳୟ ର ହଷ୍ଟେଲ ରହି ପାଠ ପଢୁଥିବା ୭ ଜଣ ଆଦିବାସୀ ଛାତ୍ର ଦୁଇ ଦିନ ଧରି ରଙ୍ଗମରା କାମରେ ନିୟୋଜିତ ଥିଲେ । ଉକ୍ତ ବିଦ୍ୟାଳୟର କ୍ରିଡା ଶିକ୍ଷକ ଏମ ରାଜେନ୍ଦ୍ର ଦୋରା ଚାନ୍ଦିପୁଟ ଗ୍ରାମ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ନିଜ ଚୁଡି ଓ ଷ୍ଟେସନାରୀ ଦୋକାନର ଚୁନମରା କାମରେ ଛାତ୍ରଙ୍କୁ ଲଗାଇଥିଲେ । ତେବେ ସକାଳ ୧୧ଘଣ୍ଟା ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧିର ପ୍ରଧାନ କୌଣସି କାମରେ ମୋହନାରୁ ରାମଗିରି ଅଭିମୁଖେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ କ୍ରିଡା ଶିକ୍ଷକ ଶ୍ରୀ ଦୋରା ନବମ ଶ୍ରେଣୀରେ ପଢୁଥିବା ଦୁଇ ହଷ୍ଟେଲ ଆଦିବାସୀ ଛାତ୍ର ଦୋକାନ କବାଟରେ ରଙ୍ଗ ଲିପୁଥିବା ଦେଖିବାକୁ ମିଳିଥିଲା । କାମ କରୁଥିବା ପିଲାଙ୍କୁ ସେ ପଚାରିବାରେ ସାତ ଜଣ ଛାତ୍ରଙ୍କୁ ସାର ଦୁଇ ଦିନ ହେବ ଫର୍ମ ଫିଲାପ ନିମନ୍ତେ ଡାକିଛନ୍ତି । ହେଲେ ଚୁନ ମାରିବା ସହ ଦୋକାନ ସଫେଇ କାମରେ ଲଗାଇଥିବା ଛାତ୍ର ଦ୍ବୟ ପ୍ରକାଶ କରିଥିଲେ । ଏଭଳି ପରିସ୍ଥିତିରେ ସଭାପତିଙ୍କ ଉପସ୍ଥିତ ଦେଖି ସମ୍ପୂକ୍ତ ଶିକ୍ଷକ ସେଠାରୁ କେଉଁଆଡେ ଚମ୍ପଟ ମାରିଥିଲେ । ସାତ ଜଣ ଛାତ୍ର ମଧ୍ୟରୁ ଦୁଇ ଜଣ ଛାତ୍ରକୁ ବିଦ୍ୟାଳୟ ସଭାପତି ନିଜ ଖଚ୍ଚରେ ବସରେ ବସାଇ ବିଦ୍ୟାଳୟ ପଠାଇଥିଲେ ଏବଂ ଅନ୍ୟ ପାଞ୍ଚ ଜଣ ଛାତ୍ରଙ୍କୁ ଘରେ ଲୁଚାଇଥିଲେ । ଘଟଣାାକୁ ସଭାପତି ସୁଧିର ପ୍ରଧାନ ଦୃଢ ନିନ୍ଦା କରିବା ସହ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ଦେବିଙ୍କୁ ଫୋନଯୋଗେ ପଚାରି ବୁଝିବାରେ ଘଟଣାକୁ ଅତି ହାଲକା ଭାବେ ନେଇଥିଲେ ଏବଂ ସମ୍ପକ୍ତ କ୍ରିଡା ଶିକ୍ଷକ ହଷ୍ଟେଲ ପରିଚାଳନା ଦାୟିତ୍ବରେ ଅଛନ୍ତି। ପିଲାଙ୍କୁ ବିଦ୍ୟାଳୟରୁ ଡାକିନେବା ବିଷୟରେ କୌଣସି ଅବଗତ ନଥିବା କହିଛନ୍ତି । ପିଲାଙ୍କୁ ବ୍ୟକ୍ତିଗତ କୌଣସି କାମରେ ନିୟୋଜିତ କରିବା କଥା ନୁହେଁ । ସମ୍ପୃକ୍ତ ଶିକ୍ଷକ ଏଭଳି ଅନେକ ଭୂଲ ବାରମ୍ବାର କରିଆସୁଛନ୍ତି ଏଥିପାଇଁ ତାଗିଦ୍ କରାଯାଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।