ପ୍ରାଣୀ ମେଳରେ ହୃଦୟ ସ୍ବର୍ଷି ଲୋକନୃତ୍ୟ ପରିବେଷଣ କଲେ କଳାକାର

ପ୍ରାଣୀ ମେଳରେ ହୃଦୟ ସ୍ବର୍ଷି ଲୋକନୃତ୍ୟ ପରିବେଷଣ କଲେ କଳାକାର ………………………………….

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ କରେନେସନ ପଡ଼ିଆ ପ୍ରାଙ୍ଗଣରେ ଜିଲ୍ଲା ପ୍ରାଣୀ ଓ ମତ୍ସ ସମ୍ପଦ ବିଭାଗ ତରଫରୁ ଦୁଇଦିନ ଧରି ଜିଲ୍ଲାର ପ୍ରତ୍ୟେକ ବ୍ଲକର ଚାଷୀ, ଏସ ଏଚ ଗ୍ରୁପ ର ମହିଳା ମାନଙ୍କୁ ନେଇ ତାଲିମ ଭିତିକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜକ କାରି ବିଭାଗୀୟ ଅଧିକାରୀ ମେଳା ରେ ଯୋଗଦେଇଥିବା ଚାଷୀଙ୍କୁ ସରକାରଙ୍କ ଜନ କଲ୍ୟାଣ ଯୋଜନା ଯେମିତିକି କାମଧେନୁ ଯୋଜନା, ଘାସଚାଷ, ଛେଳି ଚାଷ, ଗାଈ ଚାଷ, କୁକୁଡ଼ା ଫାର୍ମ, ମାଛ ଚାଷ, ଘୁଷୁରୀ ଚାଷ, ମଇଁଷି ପାଳନ, ବାଛୁରୀ ପାଳନ,ଇତ୍ୟାଦି ଚାଷ ରେ ସରକାର ତରଫରୁ ୬୦ ରୁ ୭୦ ପ୍ରତିଶତ ରିହାତି ରହିଥିବା ସୁବିଧା ଉପରେ ସଚେତନତା ସୃଷ୍ଟି କରିଥିଲେ ଏବଂ ଏହି ଚାଷ ର ଉପକାରିତା ବିଷୟରେ ବୁଝାଇଥିଲେ l ଏହି ସମସ୍ତ ଚାଷ ର ଉପକାରିତା ବିଷୟରେ ମା ମାଈଶ୍ୱରୀ ବୀଣାକାସାଂସ୍କୃତିକ ଦଳ କେରିଡି ଓ ଓରଦା ସ୍ବେଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଗଠିତ ବନବାସୀ କଳାସଂସ୍କୃତିକ ବିକାଶ ପରିଷଦ, ଟିପାରିଗାଁ, ଟିକାବାଲି ର କଳାକାର କ୍ରିଷ୍ଣା ଚନ୍ଦ୍ର ଡିଗାଲ, ବଳି କହଁର, ମହନମୁରଲୀ ଦଣ୍ଡିଆ, ବର୍ଷା ରାଣୀ କହଁର, ଶାମୁକା ପ୍ରଧାନ, ସୋନାଲି କହଁର, ମୋହନି ପ୍ରଧାନ ଓ ସୁନ୍ଦର ସିଂ କହଁର କଳାକାର ବୃନ୍ଦ ଅତି ସୁନ୍ଦର ଏବଂ ପ୍ରାଞ୍ଜଳ ଭାବରେ ଆଞ୍ଚଳିକ ଭାଷାରେ ଲୋକନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ଆଗରେ ନୃତ୍ୟ ପାରିବେଶଣ କରିଥିଲେ ଏହି ହୃଦୟ ସ୍ବର୍ଶୀ ନୃତ୍ୟ ଗୀତପାଇଁ ବିଭାଗୀୟ ପ୍ରଶାସନିକ ଅଧିକାରୀ ଅପୂର୍ବ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *