ପ୍ରସ୍ତାବିତ ସ୍ଥାନ ରେ ନୂତନ କଲ୍ୟାଣମଣ୍ଡପ ନିର୍ମାଣ ନିମନ୍ତେ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର
ରାୟଗଡା : ରାୟଗଡା ଜ଼ିଲ୍ଲା ପଦ୍ମପୁର ବ୍ଲକ ର ନାଇରା ଗ୍ରାମପଞ୍ଚାୟତ ର ସଦର ମୋହକୁମା ନାଇରା ଗ୍ରାମ ଠାକୁରାଣୀ ମନ୍ଦିର ନିକଟରେ ପ୍ରାୟ 10 ଲକ୍ଷ ଟଙ୍କା ବେୟ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଗତ ବିଜେଡି ସରକାର ଅମଳ ରେ ସ୍ଥାନ ନିରୂପଣ ହୋଇଥିଲା l କାମ ଆରମ୍ଭ କରିବା ପୂର୍ବରୁ ସାଧାରଣ ନିର୍ବାଚନ ନିମନ୍ତେ ଅଚରଣ ଵିଧି ଲାଗୁ ହୋଇଯାଇଥିଲା ସେଥିପାଇଁ କଲ୍ୟାଣ ମଣ୍ଡପ କାମ ଆରମ୍ବ ହୋଇପାରିନଥିଲା l ଠାକୁରାଣୀ ମନ୍ଦିର ନିକଟରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଗ୍ରାମ ର ସମସ୍ତ ଜନସାଧାରଣ ଙ୍କ କାମ ରେ ଆସିବ କିନ୍ତୁ କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠି ଏହାକୁ ପୂର୍ବନିରାଧାରିତ ସ୍ଥାନ ରେ ନ କରି ଅନ୍ୟ ସ୍ଥାନ ରେ କରିବା ଚକ୍ରାନ୍ତ କରିବା ରୁ ଗ୍ରାମ ର ବହୁ ବ୍ୟକ୍ତି ଜ଼ିଲ୍ଲାପାଳ ରାୟଗଡା, ମୁଖ୍ୟ ପ୍ରସାଶକ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ଓ ଗୋଷ୍ଠୀ ଉନୟନ ଅଧିକାରୀ ପଦ୍ମପୁର ଙ୍କୁ ଏକ ଦାବିପତ୍ର ଦେଇଛନ୍ତି ପୂର୍ବନିର୍ଧାରିତ ସ୍ଥାନ ରେ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନିମନ୍ତେ ଦାବି କରିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ