ପ୍ରଶାସନ ସହ ବିସ୍ଥାପିତଙ୍କ ଆଲୋଚନା ବିଫଳ, ଦାବୀ ପୁରଣ ନହେଲେ ତେଜିବ ଆନ୍ଦୋଳନ ।
ଆର,ଉଦୟଗିରି (ମନୋଜ କୁମାର ପାଢୀ/ – ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକର ମହେନ୍ଦ୍ରଗଡ ସ୍ଥିତ ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ଯାଳୟ ପରିସରରେ ବିସ୍ଥାପିତ ପରିବାର ମାନଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ନିଜର ହକ୍ ଦାବୀ କରି ବିଭିନ୍ନ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବା ବିସ୍ଥାପିତ ପରିବାରଙ୍କୁ ଥଇଥାନ କରିବା, ସଠିକ୍ ଭାବରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଏକ ମାସର ସମୟ ମାଗିଥିଲେ । ବୁଡି ଅଞ୍ଚଳ ତଥା ବିସ୍ଥାପିତ ପରିବାର ମାନଙ୍କ ପକ୍ଷରୁ କରା ଯାଇଥିବା ଦାବୀକୁ ପ୍ରଶାସନ ଗ୍ରହଣ କରୁନଥିବା ବେଳେ, କୌଣସି ସମାଧାନର ରାସ୍ତା ବାହାରି ପାରିନି । ଦୀର୍ଘ ଘଣ୍ଟାର ଆଲୋଚନା ପରେ ମଧ୍ୟ କୌଣସି ନିସ୍କର୍ସ ନବାହାରିବାରୁ ବିସ୍ଥାପିତ ପରିବାର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଥାସିଘ୍ର କୌଣସି ପ୍ରକାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ବୁଡିଅଞ୍ଚଳ ସଂଗ୍ରାମ ସମିତି । ସେପଟେ, ସମସ୍ତ ବିଷୟକୁ ଧ୍ୟାନ ଦେଇ ସମସ୍ତ ପ୍ରକାର ସୁ-ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିରେନ୍ କୁମାର ଜଗତ ।