ପ୍ରଶାସନ ଶୁଣିଲାନି ଖାରିମେରା ରାସ୍ତା ନିଜେ ମରାମତି କଲେ ଗ୍ରାମବାସି ଆର, ଉଦୟଗିରି(ମନୋଜ କୁମାର ପାଢୀ:ପ୍ରଶାସନ ସୁଣିଲାନି l ଶେଷରେ ନିଜ ଗାଁ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଖlରିମେରl ଗାଁରେ l ଲୋକଙ୍କ ଗମନାଗମନ ର ସୁବିଧା ପାଈଁ ସରକାର ଗଜପତି ଜିଲ୍ଲା ର ବିଭିନ୍ନ ଗାଁକୁ ୨୦୧୮ ଓ ୨୦୧୯ ରୁ ବିଭିନ୍ନ ଗ୍ରାମ କୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହୋଇଛି l ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି l ହେଲେ ସେଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ହୋଇ ନଷ୍ଟ ହୋଇଗଲାଣି l ମୋହନା ବ୍ଲକ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ରାସ୍ତା କିଛି ବର୍ଷ ପରେ ରକ୍ଷଣlବେକ୍ଷଣ ଅଭାବ ରୁ ରାସ୍ତା ଗୁଡିକ ଏବେ ସମ୍ପୂର୍ଣ୍ଣ ନଷ୍ଟ ହେlଇଗଲାଣି l ଯାହା ଦ୍ୱାରା ରାସ୍ତା ରେ ଖାଲଖମl ହେlଇ ପିଚୁ ବାହାରି ରାସ୍ତା ଧୋଇଯାଇଛି l ଯାହା ଦ୍ୱାରା ଗ୍ରାମ ଗୁଡିକୁ ଅଟୋ , ବାଇକ , ଆମ୍ବୁଲାନ୍ସ ଯାଇପାରୁନି l ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ୍ୟ ବିଭାଗିୟ ନିର୍ବାହୀ ଯନ୍ତ୍ରୀ ଙ୍କ ମନମାନି ଯୋଗୁଁ ମରାମତି ହେଇପାରୁନି l ଯାହାକୁ ନେଇ ଖାରିଗୁଡା ପଂଚାୟତ ର ଖାରିମେରା ଗ୍ରାମ ଯାହାକି ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ଦୁଇ କିମି ଦୂରରେ ଅଛି lବହୁ ବର୍ଷ ହେଲାଣି ରାସ୍ତା ର ଅବସ୍ଥା ଶୋଚନୀୟ ଥିବାଯୋଗୁଁ ଗ୍ରାମ ବାସି ବହୁ ଵାର ଅଭିଯୋଗ କରିଥିଲେ ପ୍ରଶାସନ କୁ l କେହି ନ ଶୁଣିବାରୁ ଗ୍ରାମ ବାସି ଏକତ୍ରିତ ହେଇ ପାହାଡ଼ ରୁ ମାଟି ପଥର ଆଣି ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି l ତେଣୁ ଗ୍ରାମ୍ୟ ଉନୟନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପ୍ରତେକ ରାସ୍ତା କୁ ମରାମତି କରିବା ପାଇଁ ଅଂଚଳ ବାସି ଦାବି କରିଛନ୍ତି l
Related Posts

ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ ।
ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ । ଆର,ଉଦୟଗିରି(ମନୋଜ କୁମାର ପାଢୀ) –…

ଜ଼ିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜ଼ିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା :- (ପ୍ରଫୁଲ୍ଲ କୁମାର ବେହେରା)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜ଼ିଲ୍ଲା ସାମ୍ବାଦିକ ସଂଘର…

ଚାଷୀଙ୍କୁ ପୁଣି ଶକ୍ତ ଧକ୍କାଗଜପତି
ଚାଷୀଙ୍କୁ ପୁଣି ଶକ୍ତ ଧକ୍କାଗଜପତି (ମନୋଜ ପାଢୀ):ଗଜପତି ଜିଲ୍ଲାରେ ବହୁ ଦିନ ପୂର୍ବରୁ ଡିସେମ୍ବର 30 ତାରିଖ ଠାରୁ ଧାନମଣ୍ଡି ଖୋଲା ଯିବ ବୋଲି ପ୍ରଶାସନିକ ସ୍ତରରେ…