ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗଜପତି ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଆର,ଉଦ଼ଗିରି (): ଗଜପତି ଜିଲ୍ଲାର ରାୟଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ରାୟଗଡ ଗ୍ରାମବାସୀ ଗଜପତି ଜିଲ୍ଲାପାଳଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟଯେ, ୧୯୪୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଅନେକ ଆଦର୍ଶ ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ହୋଇ ସେମାନଙ୍କ ନିଷ୍ଠାପର କର୍ତ୍ତବ୍ୟ, ସରଳ ଶିକ୍ଷାଦାନ ଓ ଅନୁଶାସନ ବଳରେ ଅନେକ ଛାତ୍ରଛାତ୍ରୀ ଆଜି ପ୍ରଶାସନିକ ସେବା, ଡାକ୍ତର, ଇଞ୍ଜିନିୟର ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ଓ ବେସରକାରୀ ପଦରେ ନିଯୁକ୍ତି ପାଇ ଅଞ୍ଚଳ ଓ ଅନୁଷ୍ଠାନର ଟେକ ରଖୁଥ‌ିବା ନଜିର ରହିଛି। ହେଲେ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁକାରଙ୍କ ମନମୁଖୀ ଓ ଏକଚାଟିଆ ବ୍ୟବହାର କାରଣରୁ ସମାଲୋଚିତ ହେବା ସହ ବିଦ୍ୟାଳୟ ଅଧୋଗତି ଆଡକୁ ମୁହାଁଇଥିବା ଅଭିଯୋଗ ହୋଇଛି। ତେଣୁ ସୋମବାର ଅଞ୍ଚଳର କିଛି ଲୋକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ଏନେଇ ଅଭିଯୋଗ କରିବା ସହ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ.ରାୟଗଡ଼ ବ୍ଲକ ତଥା ଗଜପତି ଜିଲାର ଗର୍ବ ଏହି ବିଦ୍ୟାଳୟରେ ଅଧ୍ୟୟନ ରତ ୫ଶହ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଭାର ନେବା ପରିବର୍ରେ ଛାତ୍ରଛାତ୍ରୀଙ୍କ ସାମାନ୍ୟ ଭୁଲ ପାଇଁ ପ୍ରଧାନଶିକ୍ଷକ କେତେବେଳେ ସାର୍ଟିଫିକେଟ ଦେଇ ବିଦ୍ୟାଳୟରୁ ବିତାଡିତ କରୁଛନ୍ତି ତ ଆଉ କାହାକୁ ଅନ୍ତେବାସୀରୁ ବିଦା କରୁଛନ୍ତି। ହେଲେ ନିଜର ସୁରକ୍ଷା ପାଇଁ ସାର୍ଟିଫିକେଟଦେବା ପୂର୍ବରୁ କୌଣସି ନା କୌଣସି ଆଳରେ ଅବିଭାବକଙ୍କ ଠାରୁ ସାଦା କାଗଜରେ ଦସ୍ତଖତ ନେଇଯାଉଛନ୍ତି। ଫଳରେ ତଦନ୍ତ ବେଳେ ସେ ଖସିଯାଉଥିବା ବେଳେ ଶିକ୍ଷା ବର୍ଷର ମଧ୍ୟଭାଗରେ ଆଉ କେଉଁଠି ନାମ ନ ଲେଖାଇପାରି ହଇରାଣ ହେବା ସହ ନିରୀହ ଆଦିବାସୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି। ସେ ୨୦୨୧ମସିହା ଡିସେସେମ୍ବର ୨୯ ତାରିଖରେ ଦାୟିତ୍ବ ନେବା ପରଠାରୁ ବିଦ୍ୟାଳୟ କୌଣସି ନା କୌଣସି କାରଣ ପାଇଁ ବିବାଦୀୟ ହୋଇପଡ଼ିଛି। ଗତ ମାର୍ଚ୍ଚ୧୦ତାରିଖ ଦିନ ମାଟ୍ରିକ ବୋର୍ଡ ପରିକ୍ଷା ସରିବା ପରେ ପିଲାମାନେ ନିଶାସେବନ କରି ସିସି ଟିଭି କ୍ୟାମେରା ସମେତ ଅନେକ ଜିନିଷ ଭଙ୍ଗାରୁଜା କରିବା ଭଳି ଘଟଣା ଘଟିଥିଲା | ପୁଲିସ ସେଥ୍‌ରେ ହସ୍ତକ୍ଷେପ କରି ତନଖ୍ କଲାବେଳେ ଅନେକ ମାଦକ ଦ୍ରବ୍ୟ ବାହାରିଥିଲା। ଏବେ ଅନ୍ୟ ଏକ ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଚାରିଜଣ ଛାତ୍ରଙ୍କୁ ନବମ ଶ୍ରେଣୀର ଛାତ୍ରମାନେ ପ୍ରତ୍ୟେକ ଦିନ ସେମାନଙ୍କ ଲୁଗା ସଫା କରିବା, ଅଇଁଠା ଧୋଇବା, ବଜାରରୁ ଜିନିଷ ଆଣିବା, ବାଧ୍ୟ କରୁଥିବା ଏବଂ ଏଥିରେ ରାଜି ନହେଲେ ମାତ ମାରୁଥିବାରୁ ଭୟରେ ବିଦ୍ୟାଳୟ ଛାଡି ରାୟଗଡ଼ ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ରାତି ଅଧରେ ଚାଲିଯାଉଥିବା ବେଳେ କିଛି ଯୁବକ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଛାତ୍ରମାନେ ବିଦ୍ୟାଳୟକୁ ଫେରିଥିଲେ ସେହିପରି ଗତ କିଛି ଦିନ ତଳେ ଅନୁଷ୍ଠାନର ଜଣେ ଛାତ୍ରୀଙ୍କୁ ଗର୍ଭବତୀ ଥିବା ମିଥ୍ୟା ଆରୋପ ଲଗାଇ ଜଣେ ଉଚ୍ଚଶିକ୍ଷିତ ଆଦିବାସୀ ଯୁବକ ବା ସମ୍ପୃକ୍ତ ଛାତ୍ରୀଙ୍କ ସମ୍ପର୍କୀୟ ମାମୁଙ୍କ ନାମରେ ମାମଲା ରୁଜୁ କରାଇ ଜେଲ ପଠେଇବା ଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଗର୍ଭବତୀ ନ ଥିବା ଏବଂ ଯୁବକ ଜଣକ ଉପରୋକ୍ତ ମାମଲାରେ ସମ୍ପୃକ୍ତି ନ ଥିବା ଜଣାପଡ଼ିବା ପରେ ଅଦାଲତ ନିର୍ଦ୍ଦେଷରେ ଖଲାସ କରିଥିଲେ। ଏଥିଯୋଗୁଁ ଯୁବକ ଜଣକ ନିଜ ଭବିଷ୍ୟତ ଅନ୍ଧାର ହେବାରୁ ବର୍ତି ଯାଇଥିଲେ। ହେଲେ ଏଭଳି ଅନେକ ସମ୍ବେଦନଶୀଳ ଘଟଣା ବିଦ୍ୟାଳୟ ପରିସରରେ ଘଟୁଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଭୟରେ କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ ଓ ଅବିଭାବକ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି । ବିଦ୍ୟାଳୟରେ ଛଅ ଜଣ ବରିଷ୍ଠ ପିଳିଟି ଯୋଗ୍ୟତାଧାରୀ ଶିକ୍ଷକ ନିଯୋଜିତ ରହିଥିଲେ ମଧ୍ୟ ଟିଜିଟି ଯୋଗ୍ୟତାଧାରୀ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁକାରଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ବ ଦିଆଯାଇଛି। ତେଣୁ ତୁରନ୍ତ ଜଣେ ବରିଷ୍ଠ ଏବଂ ଉଚ୍ଚ ଶିକ୍ଷିତ ଶିକ୍ଷକଙ୍କୁ ସ୍କୁଲ ପରଚଳନା ଦାୟିତ୍ବ ଦେବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ

Leave a Reply

Your email address will not be published. Required fields are marked *