*ପ୍ରଚଣ୍ଡ ରୌଦ୍ରତାପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ, ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି,ସମସ୍ତ ପୁଷ୍କରିଣୀ ଏବଂ ଜଳ ଉତ୍ସ ଶୁଷ୍କ ହେବା ପରିସ୍ଥିତି, ଜଳୁଛି ନୂଆପଡ଼ା*
ନୂଆପଡା ତା:୩୧.୦୫.ପ୍ରଚଣ୍ଡ ରୌଦ୍ରତାପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ, ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଣିପାଗ ବିଭାଗ ଅନୁମାନ କରୁଥିବା ବେଳେ ଅଂଶୁଘାତ ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ମାର୍ଗ ଦର୍ଶିକା ଜାରି କରିଛନ୍ତି। ମଧ୍ୟାର୍ଣ୍ଣ ୧୧ ଘଣ୍ଟା ରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନ ରେ ରହିବା, ଘରୁ ବାହାର କୁ ନ ଯିବା, ସମସ୍ତ ବସ ସେବା ବିରତି ରଖିବା କୁ ନିର୍ଦ୍ଧେଶ ହୋଇଅଛି। ସେହିପରି ବିଶେଷ ରୂପେ ଶ୍ରମିକ ମାନେ ନିଜ କର୍ମ ସଂସ୍ଥା ରେ କାର୍ଯ୍ୟ ରୁ ବିରତି ରହି ସୁରକ୍ଷିତ ପାଇଁ ଆହ୍ବାନ କରିଛନ୍ତି। କୌଣସି ଜରୁରୀ କାଳୀନ କାର୍ଯ୍ୟ ନେଇଁ ବାହାର କୁ ଯାଇଛନ୍ତି ତେବେ ପାନୀୟ ଜଳ, ଚଷମା, ଗାମୁଛା ଏବଂ ଅନେକ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ। ନିଜ ସ୍ବାସ୍ଥ୍ୟ ଅବସ୍ଥା ରେ କୌଣସି ଅସୁବିଧା ହୁଏ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ପରାମର୍ଶ ନେବାକୁ ଆହ୍ବାନ କରିଛନ୍ତି। ଜିଲ୍ଲାପାଳ ହେମକାନ୍ତ ସାଏ ଜିଲ୍ଲା ବାସୀ ଙ୍କୁ ମାର୍ଗ ଦର୍ଶିକା ପାଳନ ପାଇଁ ଆହ୍ବାନ କରିଛନ୍ତି। ,ସମସ୍ତ ପୁଷ୍କରିଣୀ ଏବଂ ଜଳ ଉତ୍ସ ଶୁଷ୍କ ହେବା ପରିସ୍ଥିତି, ଜଳୁଛି ନୂଆପଡ଼ା। ବନ୍ୟ ପ୍ରାଣୀ ଏବଂ ଗୃହ ପାଳିତ ପ୍ରାଣୀ ପାନୀୟ ଜଳ ବ୍ୟବସ୍ଥା।