ପୌରାଣିକ କିମ୍ବଦନ୍ତୀରେ ପୂର୍ଣ୍ଣ ଐତିହାସିକ ମହେନ୍ଦ୍ରଗିରିକୁ ସ୍ୱତନ୍ତ୍ର ପର୍ଯ୍ୟଟନ ମାନ୍ୟତା କେବେ…..?

ପୌରାଣିକ କିମ୍ବଦନ୍ତୀରେ ପୂର୍ଣ୍ଣ ଐତିହାସିକ ମହେନ୍ଦ୍ରଗିରିକୁ ସ୍ୱତନ୍ତ୍ର ପର୍ଯ୍ୟଟନ ମାନ୍ୟତା କେବେ…..?

ଗଜପତି (25/5/2024):(ମନୋଜ କୁମାର ପାଢ଼ୀ)ଓଡିଶାର ହିମାଳୟ, ପୌରାଣିକ କିମ୍ବଦନ୍ତୀର ମୁକସାକ୍ଷୀ ଐତିହାସିକ ମହେନ୍ଦ୍ରଗିରିକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ବହୁ ବର୍ଷ ହେଲା ଦାବି ହୋଇଆସୁଛି. ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଓ ରାଜ୍ୟରେ ଅନେକ ରାଜନୈତିକ ଦଳର ସରକାର ଶାସନ କରି ଆସିଛନ୍ତି l ତଥାପି ମହେନ୍ଦ୍ରଗିରିକୁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ଭାବେ ଗଢି ତୋଳିବା ପାଇଁ କୌଣସି ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି l ମହେନ୍ଦ୍ରଗିରିକୁ ତୁରନ୍ତ ସ୍ୱତନ୍ତ୍ର ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l ମହେନ୍ଦ୍ରଗିରି ପାରଳାଖେମୁଣ୍ଡି ଠାରୁ ପ୍ରାୟ ୬୦କିମି. ଦୂରରେ ଏବଂ ବ୍ରହ୍ମପୁର ଠାରୁ ତୁମ୍ବା ଗ୍ରାମ ରାସ୍ତା ଦେଇ 120 କିମି ଏବଂ ଭୁବନେଶ୍ୱର ଠାରୁ ପ୍ରାୟ 280 କିମି ଦୂରରେ ମହେନ୍ଦ୍ରଗିରି ଅବସ୍ଥିତ ସମଗ୍ର ଭାରତ ବର୍ଷରେ ଏହା ଏକ ଧାର୍ମିକ ତଥା ମହାନ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ଥିଲେ ହେଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏଥିପ୍ରତି ଯଥୋଚିତ ଗୁରୁତ୍ବ ଦେଉନାହାନ୍ତି ବୋଲି ଅଞ୍ଚଳବାସୀ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓଡ଼ିଶା ସରକାର ବୁରୁଖତ ଠାରୁ ମହେନ୍ଦ୍ରପର୍ବତ ଶିଖର ପର୍ଯ୍ୟନ୍ତ ୪ କିମି. ପଥୁରିଆ ରାସ୍ତାକୁ ପିଚୁରାସ୍ତାରେ ପରିଣତ କରିଛନ୍ତି। ହେଲେ, ଚୁରୁଖତ ଠାରୁ କଇଁପୁର ରାସ୍ତାକୁ ଉନ୍ନତ କରିବା ପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏଠାରେ ବିଦ୍ୟୁତ ବ୍ୟବସ୍ଥା ନାହିଁ କି ପାନୀୟ ଜଳର ଆବଶ୍ୟକ ବ୍ୟବସ୍ଥା କରାଯାଇନାହିଁ। ଯାତ୍ରୀ ବିଶ୍ରାମାଗାରଟିଏ ନ ଥିବାରୁ ଦୂରଦୁରାନ୍ତରୁ ଆସୁଥିବା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଗଙ୍ଗବଂଶର ଶାସନ ସମୟରେ ଏହି ପର୍ବତ ଶିଖରରେ ନିର୍ମିତ ଥିବା ଭୀମ ଦେଉଳ, କୁନ୍ତୀମନ୍ଦିର ବା ଗୋକର୍ଣ୍ଣେଶ୍ଵର ମନ୍ଦିର ଓ ଯୁଧିଷ୍ଠିର ମନ୍ଦିର ଆଦିକୁ ଗଙ୍ଗବଂଶ ଶାସନ ପରଠାରୁ ରକ୍ଷଣାବେକ୍ଷଣ ପାଇଁ କୌଣସି ଦୃଷ୍ଟି ଦିଆଯାଇନାହିଁ। ଗିରିଧାରୀ ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଧାନସଭାର ତତ୍କାଳୀନ ଉପବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଓ ଜିଲ୍ଲାପାଳ ରଙ୍ଗଲାଲ ଜାମୁଡାଙ୍କ ପ୍ରଚେଷ୍ଟାରେ ଏକ ଯାତ୍ରୀ ବିଶ୍ରାମାଗାର ପାଇଁ ଶୁଭ ଦିଆଯାଇଥିଲା ତେବେ, ବିଶ୍ରାମାଗାର ତ ହେଲା ନାହିଁ, ସେହି ଫଳକଟିକୁ ମଧ୍ୟ ରାସ୍ତା କରିବା ଆଳରେ ନଷ୍ଟ କରିଦିଆଗଲା। ସେହିଭଳି, ଆଇଟିଡିଏ ଦ୍ବାରା ନିର୍ମିତ କ୍ଷୁଦ୍ର ବିଶ୍ରାମାଗାରକୁ ମଧ୍ୟ ଭାଙ୍ଗି ଦିଆଗଲା। ଏକଦା ସାରଳା ମହାଭାରତରେ ବର୍ଣ୍ଣିତ ସତି ଆମ୍ବଗଛର ଜଙ୍ଗଲ ଏଠାରେ ଥିଲା | କିନ୍ତୁ, ବର୍ତ୍ତମାନ ସମ୍ପୂର୍ଣ୍ଣ ଧ୍ବଂସ ହେବାକୁ ବସିଲାଣି। ପୋଡ଼ୁ ଚାଷ ଦ୍ବାରା ଜଙ୍ଗଲ ନଷ୍ଟ ହୋଯିବାରୁ ଏବେ ଏହା ଲଣ୍ଡା ପାହାଡ଼ ଆକାର ଧାରଣ କରିଛି। ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ, ବନୀକରଣ ଓ ପ୍ଲାଷ୍ଟିକ ମୁକ୍ତ ବାତାବରଣ ପାଇଁ ପ୍ରୟାସ ଜାରି ରହିଛି l ମହେନ୍ଦ୍ରଗିରି ଉପରକୁ ଯିବାକୁ ବୁରୁଖତ ହେଉଛି ମୁଖଶାଳା । ବୁରୁଖତକୁ ସଂଯୋଗ କରୁଥିବା ଦୁଇ ଗୋଟି ରାସ୍ତା – କଇଁପୁର ଠାରୁ ବୁରୁଖତ ଓ ତୁମ୍ବା, ସାପୁଆଖାତ, ଅଣ୍ଡଅଣ ଅଣ୍ଡା ଚୁରୁଖତକୁ ସଂଯୋଗ କରୁଥିବା ରାସ୍ତାଟି ଯାତ୍ରୀମାନଙ୍କୁ ଯିବା ଆସିବା ପାଇଁ ସୁବିଧା ରହିଛି l ସେହିଭଳି, ପରିମଳର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ।ମହେନ୍ଦ୍ରଗିରିରେ ଥିବା ଔଷଧୀୟ ବୃକ୍ଷ ମଧ୍ୟରେ ପ୍ରମୁଖ ହରିଡ଼ା, ବାହାଡ଼ା, ଅଁଳା ବୃକ୍ଷ ଯଥେଷ୍ଟ ପରିମାଣରେ ହ୍ରାସ ପାଇସାରିଲାଣି ମହେନ୍ଦ୍ରଗିରିକୁ ଜୈବମଣ୍ଡଳ ଘୋଷଣା କରାଯାଇଛି। ଏଣୁ, ଏଠିକାର ଜୈବ ବିବିଧତା ସୁରକ୍ଷା ପାଇଁ ଉଦ୍ୟମ ହେବା ଦରକାର ଏପଟେ, ଶିକାରୀମାନଙ୍କ ଅବାଧ ପ୍ରବେଶ ମହେନ୍ଦ୍ରଗିରିକୁ ବନ୍ୟଜନ୍ତୁ ଶୂନ୍ୟ କରିସାରିଲାଣି। ମହେନ୍ଦ୍ରଗିରିକୁ ଏକ ଟ୍ରେନିଂ ଅଞ୍ଚଳ ଭାବେ ବ୍ୟବହାର କରିବା ପାଇଁ ୩୦ବର୍ଷ ତଳେ ଅର୍ଥ ମଞ୍ଜୁର କରାଯାଇଥିଲା। କିନ୍ତୁ, ପଇସା ଫେରଗଲା ବର୍ତ୍ତମାନ ଗିରି ଶିଖରକୁ ପକ୍କା ରାସ୍ତା ହେବା ପରେଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସୁଥିବା ଦେଖାଯାଉଛି। କିନ୍ତୁ ସେମାନଙ୍କୁ ମହେନ୍ଦ୍ରଗିରି ସମ୍ପର୍କରେ, ପୌରାଣିକ, ଐତିହାସିକ ତଥା ପାରିବେଶିକ ପରାମର୍ଶ ଦେବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା ହେବା ଦରକାର ଦାୟିତ୍ବରେ ଥିବା ପର୍ଯ୍ୟଟନ ଅଧିକାରୀ ଟିକେ ଅଧିକ ଦାୟିତ୍ଵ ନେବା ଦରକାର| ଅଭିଜ୍ଞ ଲୋକଙ୍କ ଦ୍ବାରା ରାଜ୍ୟ ସରକାର ମହେନ୍ଦ୍ରଗିରି ସମ୍ପର୍କିତ ପର୍ଯ୍ୟଟନ ସାଥିପୁସ୍ତିକାଟିଏ ପ୍ରକାଶ କରିବା ପାଇଁ ମତପ୍ରକାଶ ପାଇଛି l ଯାତ୍ରୀବାହୀ ବସ୍‌ ଉଭୟ ଭୟ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଦିଗରୁ ବ୍ୟବସ୍ଥା ହେଲେ ହେଲେ ପର୍ଯ୍ୟଟକମାନଙ୍କୁ ଅଯଥା ବ୍ୟୟ ବହୁଳତାରୁ ରକ୍ଷା ମିଳନ୍ତାମିଳନ୍ତା l ମହେନ୍ଦ୍ରଗିରିର ୪ ଦିଗରେ ଥିବା ଶବର ପଲ୍ଲୀମାନଙ୍କରେ ପର୍ଯ୍ୟଟକଙ୍କ ରହଣି ଉପଯୋଗୀ କୁଟିର ନିର୍ମାଣ କରାଗଲେ ଏବଂ ତାହା ଆଦିବାସୀମାନଙ୍କ ପରିଚାଳନାରେ ସେମାନେ ଆର୍ଥିକ ଭାବେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପୌରାଣିକ ମଠ, ମନ୍ଦିର ଓ ବିଭିନ୍ନ ପର୍ଯ୍ୟଟନସ୍ଥଳର ବିକାଶ କରୁଥିବାବେଳେ ଗଜପତି ଜିଲ୍ଲାର ଏହି ଐତିହାସିକ କ୍ଷେତ୍ରର କାହିଁକି ବିକାଶ ଓ ଉନ୍ନତି କରନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *