ପୋଲିସର ଗ୍ରୀନ ଅପେରସନ ଜାରି କିନ୍ତୁ ଚାଷୀଙ୍କ ବିରୁଦ୍ଧରେ କଣ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା l
ଆର,ଉଦୟଗିରି :9/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଦିବା ଗ୍ରାମ ପଞ୍ଚାୟତର ପେଙ୍ଗମ ଗ୍ରାମରେ ଥିବା ପାହାଢିଆ ଜମିରେ 42ଏକର ବେଆଇନ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି ମୋହନା ପୋଲିସ ସହ ଅବକାରୀ ବିଭାଗ ଓ ବନ ବିଭାଗ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କର୍ମେ ଓ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 8କୋଟି 4ଲକ୍ଷ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ମୋହନା ଥାନ ପକ୍ଷରୁ ସୂଚନା ମିଳିଛି।କିନ୍ତୁ ସାଧାରଣରେ ଚର୍ଚ୍ଚା ହେଉଛି ଏତେ ପରିମାଣ ରେ ଗଞ୍ଜେଇ ଚାଷ କିଏ ଚାଷ କରିଛି ତାଙ୍କ ବିରୁଦ୍ଧରେ କାହିଁକି ପୋଲିସ ବାବୁମାନେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନେଉନାହାନ୍ତି ତାହା ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ଓ ସେମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟ ଅନୁଷ୍ଠାନ ନିଆଁ ଯାଉଛି ତାହାକୁ ଅପେକ୍ଷା କରିଛନ୍ତି l