ପେନାଗାବେରୀ ଅଞ୍ଚଳର ଅଡୁକୁଟିନାଜୁବାସୀ ପାନୀୟ ଜଳ ସଙ୍କଟ ସମାଧାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ଧାରଣା …………………………………..କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ):- ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବୀନାଜୁ ଗ୍ରାମପଞ୍ଚାୟତ ନିକଟସ୍ଥ ପେନାଗୋବେରୀ,ଅଡୁକୁଟିନାଜୁ ଗ୍ରାମବାସୀ ହାତରେ ହାଣ୍ଡି ଡେକିଚ, ବାଲଟି ଧରି ଟିକାବାଲି ବ୍ଲକ ଅଫିସ ଆଗରେ ପିଇବା ପାଣି ର ସ୍ଥାୟୀ ସମାଧାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବା କୁ ମିଳିଛି l ଖରାଦିନେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ହେତୁ ଗ୍ରାମରେ ଥିବା କୁଅଁ, ଛୁଆଁ , ପୋଖରୀ,ନାଳ, ଆଦି ଶୁଖି ଯିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ସମସ୍ୟା ରେ ସମ୍ମୁଖିନ ହେଉଛନ୍ତି l ଗ୍ରାମବାସୀ ଦୀର୍ଘ ବର୍ଷ ହେବ ସ୍ଥାନୀୟ ସରପଞ୍ଚ, ବି ଡ଼ି ଓ ଏବଂ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ବାରମ୍ବାର ଅଭିଯୋଗ କରିଥିଲେ ,କିନ୍ତୁ ପ୍ରଶାସନ ଅଞ୍ଚଳ ର ପାନୀୟ ଜଳ ଉପରେ ସ୍ଥାୟୀ ସମାଧାନ ପାଇଁ ଆଜି ପର୍ଯ୍ୟନ୍ତ ଦୃଷ୍ଟି ଦେଇନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଅଞ୍ଚଳ ସମସ୍ୟା ଙ୍କୁ ଜୀବିକା ସୁରକ୍ଷା ମଞ୍ଚ ସଂଗଠନ ଦ୍ୱାରା ପ୍ରଶାସନ କୁ ଟ୍ୱିଟ କରି ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସଫଳ ପାଇ ପାରିଲେ ନାହିଁ ତେଣୁ ସମସ୍ତ ଗ୍ରାମବାସୀ ଏକାଠି ହୋଇ ବ୍ଲକ ଅଫିସ ଘେରାଉ କରିବାକୁ ବାଧ୍ୟ୍ୟ ହୋଇଥିଲେ l ଫଳରେ ଆଜି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମୋନଜ କୁମାର ପାଢ଼ୀ, ଏବଂ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଟିକାବାଲି ଶ୍ରୀ ନାରାୟଣ ନାୟକ,ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ବୁଝା ସୁଝା କରି ଆଜି ଠାରୁ ଟାଙ୍କର ଯୋଗେ ପାଣି ଯୋଗେଇ ଦିଆଯିବ ଏବଂ ବର୍ତମାନ ବଳବତର ଥିବା ନିର୍ବାଚନ ଆଦର୍ଶ ଆଚରଣ ଵିଧି ର ଅବୋଧି ସରିଗଲେ ଗ୍ରାମ ପାଇଁ ଏକ ନୂଆ ନଳ କୂପ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ପାଇବା ରୁ ପାଣି ପାଇଁ ଦାବୀ ରେ ଅଡ଼ିବସିଥିବା ପେନାଗୋବେରୀ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଆଗରୁ ଓହରି ଯାଇଥିବା ଦେଖିବାକୁ ମିଳିଛି l ଆଜିର ଏହି ଆନ୍ଦୋଳନ ରେ ଜୀବିକା ସୁରକ୍ଷା ମଞ୍ଚ ଲୋକସଂଗଠନ ବୁର୍ବିନାଜୁ ଗ୍ରାମପଞ୍ଚାୟତ ର ସଭାନେତ୍ରୀ ଶ୍ରୀମତୀ ରିତା ପ୍ରଧାନ,0୧ନମ୍ବର ୱାର୍ଡ ର ୱାର୍ଡ ସଭ୍ୟା ଶ୍ରୀମତୀ ଜସ୍ପିନା ପ୍ରଧାନ, ସଂଗଠନ ସମ୍ପାଦିକା ମନ୍ଦାକିନୀ ପ୍ରଧାନ, ବ୍ଲକ ସଂଯୋଜକ ସଞ୍ଜୟ ଦିଗାଲ ଜି ଉଦୟଗିରି ବ୍ଲକ ସଂଯୋଜିକା , ସସ୍ମିତା ମଳିକ, ଅଜିତ ପ୍ରଧାନ, ଦିଲିପ ପ୍ରଧାନ,ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି l
Related Posts

ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ
ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ :କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସମିତି କାର୍ଯ୍ୟାଳୟ…

ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ
ଟିକାବାଲି ଠାରେ ଗୁରୁଦିବସ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ :(ସାନୁଜ ବେହେରା ) ଟିକାବାଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଟିକାବାଲି ବସଷ୍ଟାଣ୍ଡ ସ୍ଥିତ ମା…

କଳାକାର ଓ ଜନସାଧାରଣଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷତ କରିବ କଳାକାର
କଳାକାର ଓ ଜନସାଧାରଣଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷତ କରିବ କଳାକାର ମହାସଂଘ……………………………………….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ…