ଟିକାବାଲି ପ୍ରଶାସନ ପେନାଗବେରୀ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଦ୍ୱାରା ପିଇବା ପାଣି ଓ ନଳକୂପ ଖୋଲା ହେଲା…………………………………କନ୍ଧମାଳ :- (କନ୍ଧମାଳ ଜିଲ୍ଲାରୁ କୁନା ଦିଗାଲଙ୍କ ରିପୋର୍ଟ ): ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ, ପେନାଗବେରୀ ଗ୍ରାମବାସୀଙ୍କ ପିଇବା ପାଣିର ସମସ୍ୟା ସ୍ଥାୟୀ ସମାଧାନ କଳା ଟିକାବାଲି ବ୍ଲକ ପ୍ରଶାସନ । ଗତ ବୁଧବାର ଦିନ ଗ୍ରାମବାସୀ ପିଇବା ପାଣି ପାଇଁ ଟିକାବାଲି ବ୍ଳକ କାର୍ଯ୍ୟାଳୟ ଆଗରେ ଅଞ୍ଚଳର ପୁରୁଷ ମହିଳା ବୁଧବାର ଦିନ ଧାରଣା ରେ ବସିଥିଲେ। ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ ଟ୍ୟାଙ୍କର ଯୋଗେ ପାଣି ଦିଆଯିବ ବୋଲି ଅଞ୍ଚଳବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ। ସ୍ଥାନୀୟ ସରପଞ୍ଚ ସାଳିମା ପ୍ରଧାନ ଅଞ୍ଚଳର ପାଣି ସମସ୍ୟା କୁ ପ୍ରଶାସନ ନିକଟରେ ଅବଗତ କରିଥିଲେ l ପେନାଗବେରୀ ଅଞ୍ଚଳରପାଣି ସମସ୍ୟା କୁ ଖବର ପ୍ରସାରଣ କରିବା ସହିତ ସାମ୍ବାଦିକ ସଂଘ ତରଫରୁ ବ୍ଲକ ପ୍ରଶାସନ ଅଧିକାରୀ ଶ୍ରୀ ପାଢ଼ୀଙ୍କୁ ସ୍ଥାୟୀ ସମାଧାନ ପାଇଁ ଅବଗତ କରାଯାଇଥିଲା l ପେନାଗବେରୀ ଗ୍ରାମବାସୀ ଙ୍କୁ ଟ୍ୟାଙ୍କର ଯୋଗେ ପାଣି ଦିଆଗଲା ଏବଂ ଅଞ୍ଚଳ ବାସୀଙ୍କ ଅଭିଯୋଗ କ୍ରମେ ପ୍ରଶାସନ ତରଫରୁ ନଳକୂପ ଖନନ କରାଗଲା । ପେନାଗବେରୀ ଗ୍ରାମବାସୀଙ୍କ ମନରେ ଖୁସି ଓ ଆନନ୍ଦ କହିଲେ ନ ସରେ କାରଣ ଅନେକ ଦିନର ଦୁଃଖ ଓ କଷ୍ଟ ପିଇବା ପାଣି ପାଇଁ ହନ୍ତ ସନ୍ତ ହେଉଥିଲେ ଗ୍ରାମବାସୀ ଦେବ ଦୂତ ସାଜି ଉଦ୍ଧାର କଲେ ବି ଡ଼ି ଓ. ମନୋଜ କୁମାର ପାଢ଼ୀ l ଏହି ଖୁସି ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ପାଢ଼ୀ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଜି ଉଦୟଗିରି ଏସ୍ ଡି ଓ , ଶ୍ରୀ ଯୁକ୍ତ ରଙ୍କନିଧି ମାଝି , ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାରାୟଣ ନାୟକ ଙ୍କୁ, ସାମ୍ବାଦିକ ସଂଘ ଟିକାବାଲି,ସମସ୍ତ ଗ୍ରାମବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ।
Related Posts

ଟିକାବାଲି ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଟିକାବାଲି ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ… ……………………………………….ଟିକାବାଲି – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ମା ଭୈରଵୀ କଲ୍ୟାଣ ମଣ୍ଡପ…

ଗୁମାଗଡ଼ ଉପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ
ଗୁମାଗଡ଼ ଉପ୍ରା ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ କନ୍ଧମାଳ -: (ରିପୋର୍ଟ କୁନାଦିଗାଲ) ଫୁଲବାଣୀ ବ୍ଲକ ଗୁମାଗଡ଼ ପଞ୍ଚାୟତ ରେ ଥିବା ଉପ୍ରା ବିଦ୍ୟାଳୟ…

ତିନି ମାସହେଲା ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ଶୁଣୁ ନାହିଁ ପ୍ରଶାସନ
ତିନି ମାସହେଲା ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ଶୁଣୁ ନାହିଁ ପ୍ରଶାସନ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ସରକାର କୋଟି କୋଟି…