ପୂର୍ବଶତୃତାକୁ ନେଇ ଧନୁତୀର ମାଡରେ ଯୁବକ ମୃତ

ପୂର୍ବଶତୃତାକୁ ନେଇ ଧନୁତୀର ମାଡରେ ଯୁବକ ମୃତ

ନୂଆପଡା ଜିଲ୍ଲା (ଓମ୍ ପ୍ରକାଶ ଚୌଧର)କୋମନା ଥାନା ଅନ୍ତର୍ଗତ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଢା ପଂଚାୟତ ଦାଥୁନାମା ଗାଁରେ ଶନିବାର ଜଣେ ଯୁବକଙ୍କ ଧନୁତୀର ମାଡରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୁନାବେଡ଼ା ପଂଚାୟତ ଦାଥୁନାମା ଗାଁ ର ଜଲାରାମ ପହରିଆ (୩୨) ଙ୍କ ଧନୁତୀର ମାଡରେ ସୁନାବେଡା ପଂଚାୟତ ଖଡ଼ାଙ୍ଗଗାଁ ର ରାମଚନ ପହଁରିଆ (୩୨) ଟଳି ପଢିଛନ୍ତି । ସୂଚନା ମୁତାବକ ଦାଥୁନାମା ଗାଁ ର ଜଲାରାମ ପହରିଆ ଓ ଖଡାଙ୍ଗଗାଁ ର ରାମଚନ ପହରିଆଙ୍କ ମଧ୍ୟରେ ପୂର୍ବଶତୃତା ଲାଗି ରହିଥିଲା । ଆଗରୁ ଦୁଇ ଜଣକ ମଧ୍ୟରେ ଗାଳି ଗୁଲଜ ଲାଗି ରହିଥାଏ ।ଶନିବାର ମଧ୍ୟାହ୍ନ ୨ ଟା ସମୟରେ ରାମଚନ କୌଣସି କାମରେ ଦାଥୁନାମା ଗାଁ କୁ ଆସିଥିଲେ । ରାମଚନକୁ ଦେଖିବାପରେ ଜଲାରାମ ଉତ୍ୟକ୍ତ ହୋଇ କାନ୍ଧରେ ଧରିଥିବା ଧନୁତୀର ବାହାର କରି ବିନ୍ଧି ଦେଇଥିଲେ । ତୀର ଯାଇ ସିଧା ସଳଖ ରାମଚନଙ୍କ ଛାତିରେ ବାଜିଥିଲା । ରାମଚନ କିଛିକ୍ଷଣ ଝଟପଟ ହେଲା ପରେ ଜୀବନ ଚାଳି ଯାଇଥିଲା I ମୃତ୍ୟୁ ହେଲା ପରେ ଜଲାରାମ ଛାଡିରୁ ତୀର ବାହାର କରି ଘଟଣା ସ୍ଥଳରେ ଜଗି ରହିଛି । ପାଖକୁ ଯିଏ ଆସିଲେ ଜୀବନରେ ମାରିଦେବି ବୋଲି କହୁଥିବାରୁ ଅଂଚଳ ଲୋକ ଭୟରେ ପାଖକୁ ଯାଇ ନାହାନ୍ତି । ମୃତ ରାମଚ଼ନଙ୍କ ସ୍ତ୍ରୀ ଓ ଗୋଟେ ଛୋଟ ଝିଅ ରହିଥ‌ିବା ସୂଚନା ମିଳିଛି । ମାବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ତମାନ ସୁଦ୍ଧା ଘଟଣା ସ୍ଥଳକୁ ପୋଲିସ ପହଞ୍ଝ ନାହିଁ । ଘଟଣା ସ୍ଥଳରେ ମୃତଦେହ ପଡି ରହିଛି । ଏ ସଂକ୍ରାନ୍ତରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକଙ୍କୁ ପଚାରିବାରୁ ଆମ ପାଖକୁ ଖବର ଆସିଛି । ରାତ୍ରି ହୋଇଯିବାରୁ ଅଭୟାରଣ୍ୟ ଭିତରକୁ ଯିବା ସମ୍ଭବ ନୁହଁ । ରବିବାର ସକାଳୁ ଯାଇ ଶବ ଆଣି ବ୍ୟବଛେଦ କରି ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *