ପୂର୍ବତନ ସରପଞ୍ଚଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ

ପୂର୍ବତନ ସରପଞ୍ଚଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ

ଗଜପତି (୧୫/୪):ଗଜପତି ଜିଲ୍ଲାର ଡ଼ିମିଡି ରାମା ରାଓ, ପୂର୍ବତନ ସରପଞ୍ଚଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜସିଟ କରିଥିବା ସୂଚନା ମିଳିଛି. ସେ କାଶିନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଂଚାୟତ , ଗଜପତି ଜ଼ିଲ୍ଲା , ଯିଏ କି ସ୍ୱତନ୍ତ୍ର ଭିଜିଲାନ୍ସ, ବିଚାରପତି ବ୍ରହ୍ମପୁର କେସ୍ TR ନଂ. 22/2015 U/s. 13(2) r/w 13(1)(c)(d) PC Act, ୧୯୮୮ / 409/468/477-A / 120-B IPC ରେ ଧରାପଡି ଓଡିଶା ଭିଜିଲାନ୍ସ ଦ୍ୱାରା ଚାର୍ଜସିଟ ହୋଇଥିଲେ, ତାଙ୍କର ଶୁଣାଣି ସରିଛି | ସେ 2009-10 ମସିହାରେ MGNREG ସ୍କିମ୍ ଅନ୍ତର୍ଗତ ଦୁଇଟି ପ୍ରକଳ୍ପର କାର୍ଯ୍ୟକାରି ପାଇଁ ସରକାରୀ ଅର୍ଥ ହେରଫେର ଏବଂ ବିଭିନ୍ନ ହେଡ଼ରେ ମିଥ୍ୟା ଖର୍ଚ୍ଚ ଦର୍ଶାଇ ଭିଜିଲାନ୍ସ ହାତ ରେ ଧରା ପଡ଼ିଥିଲେ | ଦୁର୍ନୀତି ନିବାରଣ ଆଇନ,୧୯୮୮ ଅନୁଯାୟୀ ଉପର ଲିଖିତ କେସ୍ ର ଶୁଣାଣିରେ ସେ ତାଙ୍କର ଅପରାଧ ପାଇଁମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ, ବ୍ରହ୍ମପୁର ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ, ଏବଂ ତାଙ୍କୁ ଦୁଇ ବର୍ଷ ପାଇଁ କଠୋର ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ନ ଦେଇପାରିଲେ ଅଧିକ ତିନି ମାସ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଗଲା |

Leave a Reply

Your email address will not be published. Required fields are marked *