ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାଶଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଶୋକ

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାଶଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାସଙ୍କ ବିୟୋଗ ଖବର ପାଇ ମୂଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ l ଭୋଗରାଇ ତଥା ବାଲେଶ୍ୱର ଅଂଚଳର ସାମୁହିକ ଉନ୍ନତିରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ l ସେ ଜଣେ ଲୋକପ୍ରିୟ ରାଜନେତା ଥିଲେ l ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଯାଇଛନ୍ତି l ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଶୋକ ବାର୍ତାରେ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *