ପୂର୍ବତନ ପ୍ରଧାନମନ୍ତ୍ରୀ ଭରତ ରତ୍ନ ଅଟଳ ବିହାରୀ ସୁଶାସନ ବାଜପେୟୀ ଙ୍କ ଜନ୍ମ ଦିନ କୁ ସୁଶାନ ଦିବସ-୨୦୨୪ ରୂପେ ପାଳିତ

ପୂର୍ବତନ ପ୍ରଧାନମନ୍ତ୍ରୀ ଭରତ ରତ୍ନ ଅଟଳ ବିହାରୀ ସୁଶାସନ ବାଜପେୟୀ ଙ୍କ ଜନ୍ମ ଦିନ କୁ ସୁଶାନ ଦିବସ-୨୦୨୪ ରୂପେ ପାଳିତ
ରାୟଗଡ:- ତା. ୨୫/୧୨- ରାୟଗଡ ସହର ର ରିଙ୍ଗ ରୋଡ ଠାରେ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ୟାଲା ଭେଙ୍କଟେସ୍ବର ରାଓ ଓରଫ କୋଣ୍ଡା ବାବୁ ଙ୍କ ଅଫିସ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜୟନ୍ତୀ ଅବସୋର ରେ ସୁଶାସନ ଦିବସ ପାଳିତ ହୋଇଯାଇଛି l ଏହି ଦିବସରେ କୋଣ୍ଡା ବାବୁ ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ରୟଗଡ଼ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ବିଜେପି କଳିରାମ ମାଝୀ, ବରିଷ୍ଠ ସାମ୍ବାଦିକ ବାଦଲ ଥା, ମୀନକେତନ ଷଡ଼ଙ୍ଗୀ, ଙ୍କ ସମତେ ଯୋଗଦାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ପୁଷ୍ପାଅର୍ଘ୍ୟ ଦେବl ସହ ଶ୍ରାଦ୍ଧଞ୍ଜଳି ଅର୍ପଣ କରିଥିଲେ ଓ ସୁଶlସନ ଦିବସ ଉପରେ ବିସ୍ତୃତ ଭାବରେ ଆଲୋକପlତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବାଦଲ ଥା ସ୍ୱର୍ଗତ ବାଜପେୟୀଙ୍କ ରାଜନୈତିକ ଜୀବନ ଆଦର୍ଶ, ଦୃଢ ନେତୃତ୍ବ ଓ ନିବିଡ଼ ଦେଶପ୍ରେମ ଉପରେ ବକ୍ତବ୍ୟ ରଖିଥିଲେ l ବାଜପେୟୀ ଯେଉଁ କାମ କରିଯାଇଛନ୍ତି ତାହା ଇତିହାସ ହୋଇ ରହିବ ବୋଲି ଅତିଥି ମାନେ ମତ ରଖିଥିଲେ l ପ୍ରତ୍ୟକ ସ୍କୁଲ କଲେଜ ରେ ଯେଉଁ ପ୍ରବନ୍ଧ ପ୍ରତିଯୋଗିତା ହେଉଛି ସେଥିରେ ବାଜପେୟୀ ଙ୍କ ନାମରେ ମଧ୍ୟ୍ୟ ପ୍ରବନ୍ଧ ପ୍ରତିଯୋଗିତା ରଖିବା ନିମନ୍ତେ ମତ ରଖିଥିଲେ l
ସମାଜ ସେବି ଶିବ ପଟ୍ଟନାୟକ, କଳିରାମ ମାଝୀ ଆଦି ଯୋଗଦାନ କରି ବସ୍ୱର୍ଗତ ବାଜପେୟୀଙ୍କ ଜୀବନ ଆଦର୍ଶ ଓ ସୁଶାନ ଉପରେ ବକ୍ତବ୍ୟ ରଖି ଥିଲେ l ଏହି କାର୍ଯ୍ୟକ୍ରମ ରେ ଅଶୁଭାଇ ଆସୁ, ହରହର ହିମରିକା କେ ଶ୍ରୀନିବାସ, ବିରଜା ପାତ୍ର, କେ ସି ପଟ୍ଟନାୟକ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅତିସୁନ୍ଦର ଭାବେ ପରିଚଳିତ ହୋଇଥିଲା l ହଜାର ସଂଖ୍ୟା ରେ ବୁଦ୍ଧିଜୀବୀ ବିଜେପି କର୍ମୀ ଓ. ମହିଳା ମୋର୍ଚ୍ଚା ର ବିଜେପି ନେତ୍ରୀ ରାୟଗଡା ବିଧାୟକ ପ୍ରାର୍ଥୀ ବିଜେପି ର ବସନ୍ତ ଉଲାକା ଉପସ୍ଥିତ ରହିଥିଲେ l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *