ପୂତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ(ସ୍ବପ୍ନ) ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୂତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ(ସ୍ବପ୍ନ) ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ପୁତାର ଗ୍ରାମ ପଞ୍ଚାୟତର ପୁତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ (ସ୍ବପ୍ନ) ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଚଳିତ ମାସର ଗତ ୩ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଏହି ପ୍ରଶିକ୍ଷଣ ଶିବିରରେ ୩୩ ଜଣ ଇସି: ସଭ୍ୟାଙ୍କ ସମେତ ସିଆରପି: , କୃଷିମିତ୍ର ଓ ପାଣିମିତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ହେଲା ଯେ ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାସଂଘର ବିକାଶରେ ନୂତନ ପରିବର୍ତ୍ତନ ଆଣିବା ସହ ସ୍ବପ୍ନ କୁ ସାକାର କରିବା ପାଇଁ ଉପସ୍ଥିତ ତଥା ଅଂଶଗ୍ରହଣକାରୀ ସମସ୍ତେ ସଂକଳ୍ପ ନେବା ।ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ତାଲିମ-ଦାତା ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଓ ମଳୟ ମାଧୁରୀ ତ୍ରିପାଠୀ ଯୋଗଦେଇ ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚନା ଓ ସଚେତନତା ବିଷୟ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଏକତାର ଶକ୍ତିକୁ ବୁଝିବା , ଆସନ୍ତା ୫ ବର୍ଷର ସ୍ବପ୍ନ କଣ ସବୁ ରହିଛି ଦେଖିବା , ପରିବର୍ତ୍ତନର କ୍ଷେତ୍ର ( ଜୀବନ-ଜୀବିକା , ଶିକ୍ଷା , ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତାକୁ ବାଛିବା , ସମସ୍ୟାର ସମାଧାନ କରିବା ପାଇଁ ଆତ୍ମବିଶ୍ବାସ ସୃଷ୍ଟି କରିବା , , ବିକାଶକୁ ମାପିବା , ପରିବର୍ତ୍ତନର କ୍ଷେତ୍ର ପାଇଁ ପ୍ରତିବନ୍ଧକ ଏବଂ ସୁବିଧା ପ୍ରଦାନକାରୀ ଶକ୍ତିକୁ ଚିହ୍ନଟ କରିବା ଏବଂ ଶେଷରେ ମହାସଂଘର ରହିଥିବା ସ୍ବପ୍ନ ତଥା ଲକ୍ଷ୍ୟକୁ ହାସଲ କରିବା ପାଇଁ ଶପଥ ନେବା ସହ ବିଭିନ୍ନ ଖେଳ ମଧ୍ୟରେ ମାନବ ଗଣ୍ଠି ଓ ଦଉଡ଼ି ଟଣା ପ୍ରତି ଗୁରୁତ୍ବ ଦେବା।ଶେଷରେ ଆଞ୍ଚଳିକ ମଞ୍ଚର ଭିଜନ ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରା ଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ଏମବିକେ:ଙ୍କ ସୁଭାଷିନୀ ଭୂୟାଁ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ଗଜପତି ଜିଲ୍ଲା ଓଡ଼ିଶା ଜୀବିକା ମିଶନର ରାୟଗଡ ବ୍ଲକ ବିପିଏମ ଶ୍ରୀ ପ୍ରଫୁଲ୍ଲ କୁମାର ନାଗବଂଶ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *