ପୂଜାରୀଗୁଡା ନିଳକଣ୍ଠେଶ୍ୱର ମନ୍ଦିର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା ଶ୍ରୀ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିରର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି । ସାହିତ୍ୟ ରତ୍ନ ଶ୍ରୀ ସୂର୍ଯ୍ୟପୀଠ ର ବ୍ରହ୍ମଶ୍ରୀ ୱେମାକୋଟି ନରହରି ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସାଧୁସନ୍ଥଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି ।ଆଜି ସକାଳ ୧୧.୩୦ସମୟରେ ଗଣାପତି ପୂଜନ, ଅଖଣ୍ଡ ଜ୍ୟୋତି ପ୍ରଜ୍ଵଳନ, ପୁଣ୍ୟାହବାଚନ, ରକ୍ଷାସୁତ୍ର ଧାରଣ ଓ ଅଙ୍କୁରାର୍ପଣ କରାଯିବ ପରେ ଅପରାହ୍ନ ୩ଟା ସମୟରେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ୧୦୮କଳସ ଯାତ୍ରା କରାଯାଇଛି ।୧୯ତାରିଖରେ ଧାନ୍ୟଦିବାସ କାର୍ଯ୍ୟକ୍ରମ ଅପରାହ୍ନରେ କ୍ଷୀରାଧି ବାସ, ପଞ୍ଚସୟାଦିବାସ କରାଯିବା ପରେ ୨୦ତାରିଖ ବୁଧବାର ଦିନ ସକାଳ ନିଲାକଣ୍ଠେଶ୍ୱର ସ୍ୱାମୀଙ୍କ ପ୍ରାଣ ପ୍ରତିଷ୍ଠା ଓ ବିଗ୍ରହ ପ୍ରାଣପ୍ରତିଷ୍ଠା, ଶିଖର ପ୍ରତିଷ୍ଠା ,ବିଶେଷ ଅର୍ଚ୍ଚନା, ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି କରାଯାଇ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ମନ୍ଦିର କମିଟି ପକ୍ଷରୁ ତିନିଦିନ ଧରି ମଧ୍ୟାହ୍ନରେ ଅର୍ଣ୍ଣ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଚାକିରୀ ନାମରେ ଠକେଇ ଅଭିଯୋଗ, ପୁଣି ୩ ଠକ ଗିରଫ।
ଚାକିରୀ ନାମରେ ଠକେଇ ଅଭିଯୋଗ, ପୁଣି ୩ ଠକ ଗିରଫ। ଗଞ୍ଜାମ:ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁର ଏସ୍ ପି ଙ୍କ ପ୍ରଚେଷ୍ଟାରେ ୯ ଜଣ ନବାବୀ…

ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ
ଭାରତୀୟ କଂଗ୍ରେସ ଦଳ କଲା ଶକ୍ତି ପ୍ରଦର୍ଶନ ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୮/୫/ ନିର୍ବାଚନ ପ୍ରଚାର ଜୋର ଜାର କରୁଛି ଭାରତୀୟ କଂଗ୍ରେସ ଦଳ, ଗଜପତି…

ଫରେଷ୍ଟ୍ ପାୟାର ସଚେତନତା ଉପଲକ୍ଷେ ଏକ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ।
ଫରେଷ୍ଟ୍ ପାୟାର ସଚେତନତା ଉପଲକ୍ଷେ ଏକ ବନ୍ଧୁତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ପାଳନ ଅବସରରେ ଜିଲ୍ଲା ବନଖଣ୍ଡ…