ପୁରୀ ରେ ଅନୁଷ୍ଠିତ ହେବ ଦ୍ଵିତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ: ଶ୍ରୀଜଗନ୍ନାଥ ଚିନ୍ତା ଚେତନା ୱାର୍ଲଡ ୱାଇଡ ପକ୍ଷରୁ ଦ୍ଵିତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ପୁରୀ ଟାଉନ ହଲ ରେ ଜାନୁଆରୀ ୭ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଖ୍ୟ ଟ୍ରଷ୍ଟି ଶ୍ରୀ ରମେଶ ବିଶ୍ୱାଳ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ସଂଗ୍ରାମ ପଟ୍ଟନାୟକ, ଶ୍ରୀ ରଘୁନାଥ ଗୋଛିକାର ଓ ଡ ନାରାୟଣ ମହାପାତ୍ର ଯୋଗଦେଇ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ପୁରୀ ଗୋଲଡେନ ପାଲେସ ରିଭେରା ହୋଟେଲ ରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପୁରୀ ଗଜପତି ମହାରାଜ ଙ୍କ ପ୍ରସ୍ତାବ ଅନୁଯାଇ ଚଳିତ ବର୍ଷ “ଚିନ୍ତନ ଓ ଚିନ୍ତା ରେ ଶ୍ରୀଜଗନ୍ନାଥ “ସମ୍ବଦ୍ଧିୟ ବିଷୟରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମ କୁ ଜାନୁୟାରୀ ୭ ସକାଳ ୧୦ଘଟିକା ରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବେ। ଏଥିରେ ବହୁ ବିଶିଷ୍ଠ ସାଧୁ ଓ ସନ୍ଥ ମାନେ ଯୋଗ ଦେବେ। ପୂଜ୍ୟ ସ୍ୱାମୀ ନିର୍ଲିପ୍ତା ନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ଅତିଥି ଭାବେ ଉଦଘାଟନ ଦିବସ ରେ ତାଙ୍କ ଆଶ୍ରିବଚନ ପ୍ରଦାନ କରିବେ। ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ପୂଜ୍ୟ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ପୂଜ୍ୟ ସ୍ୱାମୀ ଶିବଚ୍ଚିଦାନନ୍ଦ ମହାରାଜ,ପୂଜ୍ୟ ପରମହଂସ ପ୍ରଜ୍ଞାନନନ୍ଦ ମହାରାଜ, ପୂଜ୍ୟ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ,ପୂଜ୍ୟ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀ,ପୂଜ୍ୟ ମହନ୍ତ ରାମ ଶରଣ ମହାରାଜ, ପୂଜ୍ୟ ସ୍ୱାମୀ ଅଭୟାନନ୍ଦ ମହାରାଜ ମଧ୍ୟ ଯୋଗଦେଇ ନିଜର ଆଶ୍ରି ବଚନ ଦେବେ। ଏହି ସମାବେଶ ରେ ପ୍ରାୟ ୪୩ଟି ଦେଶ ରୁ ଓଡ଼ିଆ ଭାଇ ମାନେ ଆସି ଯୋଗଦେବେ। ଭାରତ ଓ ଭାରତ ବାହାରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କରିବା ଅନୁଷ୍ଠାନ ର ମୁଖ୍ୟ ଉଦେଶ୍ୟ। କାର୍ଯ୍ୟକ୍ରମ ରେ ପ୍ରଶ୍ନୋତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଏହି ସମାବେଶ ରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କରାଯିବ ସହିତ ମହାପ୍ରଭୁ ଙ୍କ ୧୨ ଗୋଟି ବେଶ, ପୁସ୍ତକ ପ୍ରଦର୍ଶନୀ,ବାଲୁକା କଳା,ଭଜନ କୀର୍ତନ, ମହାପ୍ରସାଦ ସେବନ ମଧ୍ୟ କରାଯିବ । ଶେଷ ଦିନ ଜାନୁୟାରୀ ୯ ତାରିଖ ସନ୍ଧ୍ୟା ରେ ସମସ୍ତେ ମହୋଦଧି ଆଳତି ରେ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀଯୁକ୍ତ ରମେଶ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଥିଲେ। ଆଜିର ସଭା ରେ ନରେନ୍ଦ୍ର ନାୟକ, ଭଗବାନ ଦାଶ, ତ୍ରିଲୋଚନ ନାୟକ ଓ ବହୁ ଜଗନ୍ନାଥ ପ୍ରେମି ମାନେ ଉପସ୍ଥିତ ଥିଲେ।
Related Posts

୮୦ ବର୍ଷରୁ ଅଧିକ ବୟସ ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ମାସିକ ପେନସନ ୩୫୦୦ କୁ ବୃଦ୍ଧି
୮୦ ବର୍ଷରୁ ଅଧିକ ବୟସ ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ମାସିକ ପେନସନ ୩୫୦୦ କୁ ବୃଦ୍ଧି ଭୁବନେଶ୍ୱର: ଓଡ଼ିଶାର ୮୦ ବର୍ଷ…

ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪
ଗୁଣୁପୁର ରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତଶୁକ୍ରବାର ପୂର୍ବାହ୍ନରେ ଗୁଣୁପୁରରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ୨୦୨୪ ପାଳିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ 150…

ଓଡ଼ିଶାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ଆଶଙ୍କା; ଜିଲ୍ଲା ଦାୟିତ୍ୱରେ ଥିବା ବିଭାଗର ନୋଡାଲ ଅଧିକାରୀମାନେ କ୍ରମାଗତ ଭାବେ ସଂପୃକ୍ତ ଜିଲ୍ଲାର ପୌରାଚଂଳରପରିସ୍ଥିତି ସଂପର୍କରେ ମନିଟର କରିବାକୁ ନିର୍ଦ୍ଦେଶ
ଓଡ଼ିଶାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ଆଶଙ୍କା; ଜିଲ୍ଲା ଦାୟିତ୍ୱରେ ଥିବା ବିଭାଗର ନୋଡାଲ ଅଧିକାରୀମାନେ କ୍ରମାଗତ ଭାବେ ସଂପୃକ୍ତ ଜିଲ୍ଲାର ପୌରାଚଂଳରପରିସ୍ଥିତି ସଂପର୍କରେ ମନିଟର କରିବାକୁ…