ପୁତ୍ରର ଟାଙ୍ଗିଆ ମାଡ଼ରେ ପିତା ର ପ୍ରାଣ ଗଲା।

ପୁତ୍ରର ଟାଙ୍ଗିଆ ମାଡ଼ରେ ପିତା ର ପ୍ରାଣ ଗଲା।
ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ତାକରଡା ଗ୍ରାମ ପନ୍ଦରା ସାହିର ତାରିଣୀ ମାଲିକ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାହା ପୁଣି ପୁତ୍ର ଯୁଗଳ ମଲିକ ର ଟାଙ୍ଗିଆ ମାଡ଼ରେ। ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଯେ ମୃତ ତାରିଣୀ ସହ ପୁତ୍ର ଯୁଗଳ ର ପୁର୍ବରୁ ଅଶାନ୍ତ ଲାଗି ରହିଥିଲା ଓ ମଦ ପିଇ ତାରିଣୀ ପୁଅ ଯୁଗଳକୁ ଗାଳିଗୁଲଜ କରିବା ଅଭ୍ୟାସରେ ପରିଣତ ହୋଇଯାଇଥିଲା ଓ ପିତା ପୁତ୍ରଙ୍କ ମଧ୍ୟରେ ଅନେକ ଥର ଝଗଡା ଲାଗି ରହିଥିଲା।ଫଳ ସ୍ଵରୂପ ଗତକାଲି ତାରିଣୀ ଘର ବାରଣ୍ଡାରେ ଶୋଇଥିଲା ବେଳେ ପୁଅ ଯୁଗଳ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଯାହା ଫଳରେ ତାରିଣୀ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଗାଁ ଲୋକେ ତାକୁ ଶେରଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶେରଗଡ଼ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୁତ୍ର ଯୁଗଳ କୁ ଉଠେଇ ଆଣି ଥାନା ରେ ରଖି ପଚରାଉଚରା କରୁଛନ୍ତିି। ଅନ୍ୟ ପକ୍ଷରେ ତାରିଣୀ ର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *