ପୁଣି ମୋହନା ବ୍ଳକରେ ଦେବାକୁ ମିଳିଛି ଜନନୀ ଯନ୍ତରଣା : ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ପୁଣି ମୋହନା ବ୍ଳକରେ ଦେବାକୁ ମିଳିଛି ଜନନୀ ଯନ୍ତରଣା : ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଆର,ଉଦୟଗିରି – (ମନୋଜ କୁମାର ପାଢୀ) -ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା, ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଂଚାୟତ ପଡ଼େରେମା ଗାଁରେ, ଗାଁର ଲଷ୍ମୀ ନାୟକ ନାମକ ଏକ ମହିଳାକୁ ପ୍ରସବ ଯନ୍ତ୍ରଣା ହେଇଥିଲା । ଘରଲୋକ ଆମ୍ବୁଲାନ୍ସକୁ ଫୋନେ କରିଥିଲେ, ବାଡେଗୁଡା ପଞ୍ଚାୟତ ଠାରୁ ପଡ଼େରେମା ଗାଁକୁ ରାସ୍ତା ନଥିବାରୁ ବାଡେଗୁଡାରେ ଆମ୍ବୁଲାନ୍ସଟି ରହିଯାଇଥିଲା, ଫଳରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଓ କର୍ମଚାରୀ ମାନେ ଷ୍ଟ୍ରେଚରରେ ଦୀର୍ଘ 3 କିମି ବୋହି ମହିଳାଙ୍କୁ ନେଇଥିଲେ, ଏବଂ ଗାଡ଼ିରେ ମହିଳାଙ୍କୁ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ମେଡିକାଲରେ ମହିଳାଙ୍କର ଏକ ପୁତ୍ର ସନ୍ତାନ ଜନ୍ମହେଇଥିବାବେଳେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ନେଇ ଡ଼କ୍ଟର କହିଛନ୍ତି। ତେବେ ବାଡେଗୁଡା ଠାରୁ ପଡ଼େରେମା ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ରାସ୍ତା ନିର୍ମାଣ ହେଇପାରୁନି ।

Leave a Reply

Your email address will not be published. Required fields are marked *