ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ଭରରେ ବୁହା ହେଲା ଗର୍ଭବତୀ ମହିଳା । ଆର,ଉଦୟଗିରି(ମନୋଜ କୁମାର ପାଢୀ) ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ୨ କିମି ଭରରେ ବୁହା ହେଲା ଗର୍ଭବତୀ ମହିଳା l ତାହା ପୁଣି ଅତି ଶୋଚନୀୟ ଅବସ୍ଥାରେ ନଦୀ ପାର କରିବାକୁ ପଡ଼ିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବେତେଗଣ୍ଡା ଗାଁରେ । ଗାଁର ଆମୋଷ ମାଝୀଙ୍କ ପତ୍ନି ସୁନିତା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା l ଶ୍ରୀରାମପୁର ଗାଁ ନିକଟରେ ଆମ୍ବୁଲାନ୍ସଅଟକି ଯାଇଥିଲା l ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହାୟତାରେ ସେଠାରୁ ମହିଳାଙ୍କୁ ଗାଁ ଠାରୁ ଭାରରେ ବୋହି ଘାଟି ରାସ୍ତା ଓ ନଦୀ ପାର କରି ଆଣି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମେଡ଼ିକାଲରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିବା ପରେ ବର୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି l
Related Posts
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଟାଙ୍ଗିଲି ପଞ୍ଚାୟତ ସ୍ଥିତ ଲଫଲାଙ୍ଗ ଠାରେ…
ମହାରାଷ୍ଟ ପୁଲିସ ହାତ ରୁ ଖସି ପଳେଇଲା ଗଂଜେଇ ଚାଲାଣକାରୀ ।
ମହାରାଷ୍ଟ ପୁଲିସ ହାତ ରୁ ଖସି ପଳେଇଲା ଗଂଜେଇ ଚାଲାଣକାରୀ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୩/୧୧/୨୪ -ପୋଲିସ ହାତରୁ ହୋଟେଲରୁ ଖସିପଳେଇଲା ଅଭିଯୁକ୍ତ ଗଂଜେଇ ଚାଲାଣକାରୀ, ସୂଚନା ମୁତାବକ…
ଗୋରୁଚାଲାଣ ରୋକିଲେ ପରିବହନ ମନ୍ତ୍ରୀ
ଗୋରୁଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଳକର ଛେଳିଗଡ ସତାହିକ ହାଟରୁ କିଣାଯାଇଥିବା ୧୪୬ ଗୋରୁଙ୍କୁ ଚାଲାଇ ନେଉଥିବା ବେଳେ ଗତକାଲି ମନ୍ତ୍ରୀ…