ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ 2025 ର 31 ତମ ବାର୍ଷିକ ଉତ୍ସବ ପାଳିତ..
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଜି ପ୍ରିନ୍ସପାଲ୍ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଝିନାଟା ଙ୍କ ତତ୍ବାବଧନାରେ ପ୍ରତ୍ୟେକ ବର୍ଷପରି ୩୧,ତମ ବାର୍ଷିକ ଉତ୍ସବ ୨୦୨୫,ପାଳିତ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଏଡି, ଏମ୍ ,ଓ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିବା ସହିତ କୃତିତ୍ୱ ଛାତ୍ର ଛାତ୍ରି ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନୃତ୍ୟଗୀତ ପରିବେଶଣ କରିଥିଲେ l ବିଶେଷତ୍ଵ ଷଷ୍ଠ ଶ୍ରେଣୀରେ କିଛି ଛାତ୍ରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ସରୋଜିନୀ ପାତ୍ର ଙ୍କ ନିର୍ଦ୍ଦେଶନାରେ ଗୁଜରାଟର ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ l ଉକ୍ତ ନୃତ୍ୟଟିକୁ ଗୋଟିଏ ମାସ ଧରି ପାଠ ପଢ଼ା ପରବର୍ତ୍ତୀ ସମୟରେ ଶ୍ରୀମତୀ ସରୋଜିନୀ ପାତ୍ର ଛୋଟ ଛୁଆ ମାନଙ୍କୁ ଶିକ୍ଷ୍ୟା ଦେଇଥିବା ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନ ଙ୍କ ଅଭିଭାବକ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି l ଗୁଜରାଟ ନୃତ୍ୟ ପରିବେଷଣ ଭାଗନେଇ ଥିବା ଛାତ୍ରୀମାନେ ହେଲେ ଜ୍ୟୋତିର୍ମୟୀ ପ୍ରଧାନ, ନିକିତି ପ୍ରିୟଦର୍ଶିନୀ,ତୃଷାତନୟା ସାହୁ, ସ୍ଵୀକୃତି ସୁଲଭ୍ୟା,ଶାଇ ପ୍ରିୟଦର୍ଶିନୀ, ସମ୍ପ୍ରତି ମଲ୍ଲିକ, ପ୍ରିନ୍ସିତା ବେହେରା, କଲ୍ୟାଣୀ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଗୁଜୁରାଟି ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଅତିଥି ଏବଂ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ l