ପିକାଅପ୍ – ବାଇକ ମୁହାଁ ମୁଁହି ଧକ୍କା, ପୁଅ ମୃତ ମା ଗୁରୁତର ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବାଇକ ଦୁର୍ଘଟଣାରେ ପୁଅ ମୃତ ଓ ମାଁ ଗୁରୁତର ଆହତ । ଏଭଲି ଅଘଟଣ ଘଟିଛି ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ନୁଆଗଡ ବ୍ଳକ ତାରମାଙ୍ଗଡା ନିକଟରେ । ଏକ ମ୍ୟାକ୍ସ ପିକାଅପ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଗୁରୁତର ଆହତ ହୋଇଥିବା ବାଇକରେ ଥିବା ଉଭୟ ମାଁ ଓ ପୁଅ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମୁଲାନ୍ସ ଯୋଗେ ଖଜୁରୀପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ଭତ୍ତି କରିଥିଲେ । ସେଠାରେ ବାଇକ ଚାଳକକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ଜଣକ ଗୁଣୁପୁର ଶାନ୍ତି ନଗରର ୨୪ ବର୍ଷାୟୁ ବକ ଯିପହ କାଡ୍ରାକା ବୋଲି ଜଣାପଡିଛି । ଖବର ନେବାରେ ଜଣାପଡିଛି ଯେ କୌଣସି ଏକ ଘରୋଇ କାମରେ ଗୁଣୁପୁର ଠାରୁ ନିଜ ମାଁଙ୍କୁ ଧରି ବଡପଦା ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ମ୍ୟାକ୍କ ପିକ୍ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶୀକାର ହୋଇଥିଲେ । ଖବରପାଇ ଖଜୁରୀପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ଅନୁଧ୍ୟାନ କରିଥିଲେ । ଦୁର୍ଘଟଣାରେ ମୃତ ପରିବାର ଖଜୁରୀପଦା ମେଡିକଲ ପରିସରରେ ସହାୟତା ଦାବୀ ନେଇ ଚାପ ଉତ୍ତେଜନା ସୃଷ୍ଟି ହୋବାଥିବା ଦେଖିବାକୁ ମିଳିଛି । ପୁଲିସ ଲୋକଙ୍କୁ ବୁଝାସୁଝା କରିଥିଲେ । ଉଭୟ ପରିବାର କଥା ପରେ କ୍ଷେତି ପୂରଣ ଦେବାକୁ ରାଜି ହୋଇଥିଲେ । ଏନେଇ ଖଜୁରୀପଦା ଫାଣ୍ଡିରେ କେସ ନଂ ୬୨/୨୪ ମାମଲା ଜୁରୁକରିବା ସହ ଆଜି ଶବକୁ ବେବ୍ୟଛଦ ପାଇଁ ପାରଳାଖେମୁଣ୍ଡି ମେଡିକଲ ପାଠାଯିବ ବୋଲି ଖଜୁରୀପଦା ଫାଣ୍ଡି ଅଧିକାରୀ କହିଛନ୍ତି । ସେ ଏହା କହିଥିଲେ ଯେ ବାଇକ୍ ଚାଳକ ମ୍ୟାକ୍ସ ପିକାଅକା ନେଇ ଧକ୍କା ଦେଇଥିଲେ ।
Related Posts

ଉନ୍ନତ ମାନର ଚିକିତ୍ସା ଅପେକ୍ଷାରେ ନଅ ବର୍ଷର କୁନି ଛାତ୍ର ରିତେଶ ।
ଉନ୍ନତ ମାନର ଚିକିତ୍ସା ଅପେକ୍ଷାରେ ନଅ ବର୍ଷର କୁନି ଛାତ୍ର ରିତେଶ । ରାୟଗଡ଼ (ପ୍ରଫୁଲ୍ଲ କୁମାର ବେହେରା)- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର…

ଉତ୍କର୍ଷ ଓଡିଶା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଉତ୍କର୍ଷ ଓଡିଶା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଭୁବନେଶ୍ୱର: ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ…

ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର।
ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର। ଭୁବନେଶ୍ଵର : ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠିତ। ଦାଦନ ଜନିତ…