ଛତିଝାର ଛକରେ ଜଳ ସଙ୍କଟ,ନଳ କୂପ,ସୋଲାର ଅଚଳ , ଲୋକ ପିଇବା ପାଣି ପାଇଁ ଡହଳ ବିକଳ ପ୍ରଶାସନ ନୀରବ …..———————————କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଛତିଝାର ଛକ ରେ ଜଳ ସଙ୍କଟ ଦେଖିବାକୁ ମିଳିଛି l ଫୁଲବାଣୀ ଠାରୁ ବ୍ରାହ୍ମପୁର ଯିବିରାସ୍ତା ୧୫୭ ରାଜପଥ କଡ଼ରେ ଥିବା ଛତିଝାର ଛକଠାରେ ଜଳ କଷ୍ଟ । ଦୀର୍ଘ ୨୫ ବର୍ଷ ତଳେ ସରାକାରଙ୍କ ତରଫରୁ ଗୋଟାଏ ନଳକୂପ ସ୍ଥାପନ ହୋଇଥିଲା । ସେହି ନଳକୂପ ବର୍ଷା ଦିନରେ ପାଣି ବାହାରୂ ଥିବାବେଳେ ଖରାଦିନ ଆସିଲେ ପ୍ରଥମରୁ ନଳକୂପ ଅକାମିଇ ହୋଇ ପାଣି ସୁଖି ଯିବାରୁ ପାଖରେ ରହୁଥିବା ସ୍ଥାନିୟ ବାସିନ୍ଦା ସହିତ ପାଖରେ ଥିବା ମାଁ ଗୃହରେ ରହୁଥିବା ଗର୍ଭବତି ମାଁ ମାନେ ପାଣି ଟୋପାଏ ପାଇଁ ଏକ କିଲ ମିଟର ଗଲେ ପାଣି ଟୋପାଏ ପାଉଛନ୍ତି ବର୍ତ୍ତମାନ ବହୁତ ଅସୁବିଧାରେ ସମୂଖିନ ହେଉଥିବା ଦେଖିବାକୁ ମିଳିଛି ।
ବିଗତବର୍ଷ ପଞ୍ଚାୟତ ପକ୍ଷରୁ ରାସ୍ତା କଡରେ ଥିବା ଏକ ନଳକୂପରେ ସଲାର ମାଧ୍ୟମରେ ଜଳ ଜଗାଣ ବ୍ୟବସ୍ଥା କରାଯାଉଛି। ନାମ ମାତ୍ର ବିକାଶ ଏହି ରାସ୍ତା ଦେଇ ଅନେକ ନେତା ମନ୍ତ୍ରୀ, ଅଞ୍ଚଳ ର କୁଜିନେତା ଯାତାୟାତ କରନ୍ତି କେବଳ ପ୍ରତିଶୃତି lବର୍ତମାନ ର ସ୍ଥିତି ନଳକୂପରୁ ପାଣି ଅଭାବ ହେତୁ ସଲାର ଅକାମି ହୋଇ ପଡ଼ି ରହିଛି। ଏହି ଛକରେ ୩୫ ବର୍ଷରୂ ଉର୍ଦ୍ଧ୍ବ ହେବ ଯାତ୍ରୀଙ୍କ ପାଇଁ ଯାତ୍ରୀ ବିଶ୍ରାମ ଗାର କରା ଯାଇଛି । ଏହି ବିଶ୍ରାମ ଗାରରେ ଛତିଝାର ଗ୍ରାମ , ଟିପାରି ଗାଁ , ବରସିହି ,କାଲେଟିମେଣ୍ଡି , ବିଲାବାଡା, ଭୋଳି ବିଭିନ୍ନ ଗ୍ରାମର ଶହଶହ ଯାତ୍ରୀମାନେ ଆସି ବସ୍ କୁ ଅପେକ୍ଷା କରିଥାନ୍ତି। ହେଲେ ଦିର୍ଘ ୨୫ ବର୍ଷର ସରକାର ଶାସନ ବିତି ଯାଇଥିଲେ ସୁଦ୍ଧା ସରାକାରଙ୍କ ତରଫରୁ କୈାଣସି ଦିନପାଇଁ ଏହି ଯାତ୍ରୀ ବିଶ୍ରାମ ମଧ୍ୟ ନିର୍ମାଣ ହୋଇ ପାରିଲା ନାହିଁ ।
ପାଣିର ବ୍ୟବସ୍ଥା ହୋଇ ପାରିଲା ନାହିଁ ବଲି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ପାଣି ଟୋପାଏ ପାଇଁ ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି ଯେ ମେଘା ପ୍ରଜେଷ୍ଟ୍ କାର୍ଯ୍ୟ ଚାଲୁ ରହିଛି , ଲଜ୍ୟା ର ବିଷୟ l ଅଭିଯୋଗ ଅନୁସାରେ ମେଗା ପ୍ରଜେକ୍ଟ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ସମସ୍ତେ ପାଣିର ସୁବିଧା ପାଇ ପାରିବେ ବୋଲି ସାନ୍ତନା ଦେଉଛନ୍ତି ସରକାରି ବାବୁ ମାନେ। ହେଲେ ଜନ ସାଧାରଣ ପ୍ରଶ୍ନ କରିଛନ୍ତି ଯେ କେତେ ବର୍ଷରେ ମେଘା ପ୍ରଜେକ୍ଟ କାର୍ଯ୍ୟ ସରିବ ଆମେ କେବେ ପାଣି ଟୋପାଏ ପାଇ ପାରିବୁ ବୋଲି କହିବା ସହିତ କିଛିଦିନ ଗଲାପରେ ସାଧାରଣ ନିର୍ବାଚନ ଆସୁଛି ସେହି ମଧ୍ୟରେ ପାଣିର ସମାଧାନ ନ କରାଗଲେ ଗ୍ରାମବାସି ଭୋଟ ବର୍ଜନ କରିବୁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।