ପିଇବା ପାଣି ପାଇଁ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗୁହାରି କରିଲେ ଗ୍ରମବାସୀ

ପିଇବା ପାଣି ପାଇଁ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗୁହାରି କରିଲେ ଗ୍ରମବାସୀ

ରାୟଗଡା : ରାୟଗଡା ଜ଼ିଲ୍ଲା ପଦ୍ମପୁର ବ୍ଲକ ଅଧିନସ୍ଥ ଇନ୍ଦୁପୁର ପଂଚାୟତ ର ପିତାମ୍ବରଗୁଡା ଗ୍ରାମବାସୀ ପଦ୍ମପୁର ବ୍ଲକ ଠାରେ ଅନୁଷ୍ଠିତ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣୀ ରେ ଅତିରିକ୍ତ ଜ଼ିଲ୍ଲାପାଳ ନିହାର ରଞ୍ଜନ କଂହର ଙ୍କ ଠାରେ ଗୁହାରି କରିଥିଲେ l ସୂଚନା ଯୋଗ୍ୟଯେ ପଦ୍ମପୁର ବ୍ଲକ ସଦର ମୋହକୁମା ଠାରୁ ମାତ୍ର 8 କିଲୋମିଟର ଦୂରରେ ଅବସ୍ଥିତ ଏହି ପିତାମ୍ବରଗୁଡା ଅବସ୍ଥିତ ବିଡମ୍ବନା ର ବିଷୟ ଏହି ଗ୍ରାମ ର ଜନସାଧାରଣ ବକୁ ପିଇବା ନିମନ୍ତେ ମୁନ୍ଦାଏ ସ୍ୱଚ୍ଛ ପାଣି ମିଳୁନାହିଁ l ଗ୍ରାମ ରେ ଥିବା ନଳକୂପ ଟି ଦୀର୍ଘ ବର୍ଷ ଧରି ଖରାପ ହୋଇପଡିଛି ଏହାର ମରାମତି ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ର କନିଷ୍ଠ ଯନ୍ତ୍ରି, ସ୍ଥାନୀୟ ଇନ୍ଦପୁର ସରପଞ୍ଚ ବ୍ଲକ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିଲା ପରେ ମଧ୍ୟ୍ୟ କେହି ଶୁଣୁନଥିବା ର ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି l ଏମିତିକି ନଳକୂପ ମରାମତି ପାଇଁ ନିୟୋଜିତ କର୍ମଚାରୀ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରି ଟଙ୍କା ମାଗୁଥିବା ର ଅଭିଯୋଗ ମଧ୍ୟ୍ୟ କରିଥିଲେ l ଜନସାଧାରଣ ଙ୍କ ଠାରୁ ଅଭିଯୋଗ ଶୁଣି ସମ୍ପୃକ୍ତ ଯନ୍ତ୍ରୀ ଙ୍କୁ ଡାକି ତୁରନ୍ତ ନଳକୂପ କୁ ମରାମତି କରି ଜନସାଧାରଣ ଙ୍କୁ ତୁରନ୍ତ ପାନୀୟ ଜଳ ଯୋଗାଇବା ନିମନ୍ତେ ତାଗିଦ କରିଥିଲେ l ଏହି ଗ୍ରାମ ର ଗୁପ୍ତେଶ୍ୱର ଶବର, ସନ୍ତୋଷ କୈବର୍ତ୍ତ ପ୍ରସାଦ ଶବର, ନବୀନ ଶବର ପ୍ରସାଦ ଶବର ଙ୍କ ନେତୃତ୍ୱ ରେ ଶତାଧିକ ପୁରୁଷ ଓ ମହିଳା ଖାଲି ହାଣ୍ଡି ବାଲଟି ଧରି ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଜନସୁଣାଣୀ କୁ ଆସିଥିଲେ l ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ସହକାରୀ ଯନ୍ତ୍ରୀ ଶ୍ରୀ ଯାଦବ ଜନସାଧାରଣ ଙ୍କ ସହିତ କିପରି ନଳକୂପ ମରାମତି କରାଯିବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତସୃତି ଦେଇଥିଲେ ତଦନୁସାରେ ନଳକୂପ ମରାମତି କାମ ଆରମ୍ବ ହୋଇଥିବାର ସୂଚନା ମିଳିଛି lରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *