ପାରଳା ମୁନିସିପାଲିଟିର ଦାୟିତ୍ବହୀନତା

ପାରଳା ମୁନିସିପାଲିଟିର ଦାୟିତ୍ବହୀନତା

ଗଜପତି -: (୧୭/୭/୨୦୨୪):ପାରଳା ମୁନିସିପାଲିଟି ତଥା ପ୍ରଶାସନର ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ ପାରଳା ସହରରେ ଡ୍ରେନେଜ ବ୍ୟବସ୍ଥା ବିପଯ୍ୟସ୍ତ ହୋଇପଡିଛି. ଯଦ୍ୱାରା ପାରଳା ସହରରୁ ନର୍ଦମା ପାଣି ନିଷ୍କାସନ ହୋଇପାରୁନାହିଁ. ଏଥିସହ ବ୍ୟାପକ ପଲିଥିନ ବ୍ୟବହାର ଓ କୁଢ଼ କୁଢ଼ ପଲିଥିନ ଡ୍ରେନେଜ ଓ ଡ୍ରେନେଜରୁ ଅଳିଆ ପାଣି ନିଷ୍କାସନ ପାଇଁ ଥିବା କେନାଲ ଗୁଡିକ କୁଢ଼ କୁଢ଼ ପଲିଥିନରେ ପୋତି ହୋଇଯିବା ଯୋଗୁଁ ପାରଳା ସହରରେ ଡ୍ରେନେଜ ବ୍ୟବସ୍ଥା ବିପଜ୍ଜନକ ହେବା ସହ ସମ୍ପୂର୍ଣ ଭାବେ ଆବର୍ଜନା ପାଣି ସହର ବାହାରକୁ ନିଷ୍କାସନ ହୋଇପାରୁନାହିଁ. ଏଥିସହ ଆନ୍ଧ୍ର ଚାଷୀମାନେ ବନ୍ଧ ବାନ୍ଧି ଦୂଷିତ ପଲିଥିନ ଯୁକ୍ତ ଡ୍ରେନେଜ ପାଣିକୁ ସମ୍ପୂର୍ଣ ଭାବେ ଅଟକାଇ ଦେଇଥିବା ଯୋଗୁଁ ଏଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀମାନେ ଆମ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି ଜଣାଇଛନ୍ତି ଯେ, ଅତି ତୁରନ୍ତ ନିର୍ବାଚିତ ପୌର ପରିଷଦ ସହ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ ନ କଲେ ବର୍ଷା ଦିନ ହୋଇଥିବାରୁ ବିଷମ ପରିସ୍ଥିତି ସୃଷ୍ଟି ହେବା ସହ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ ପାରଳାଖେମୁଣ୍ଡି ସହରରେ ନିଶ୍ଚିତ ଦେଖାଦେବ. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପାରଳା ରାଜପରିବାର ପକ୍ଷରୁ ବିଭିନ୍ନ କେନାଲ ଓ ଡ୍ରେନେଜ୍‌ମାନ ନିର୍ମାଣ କରାଯାଇଥିଲା | ପର୍ଯ୍ୟାୟ କ୍ରମେ ପ୍ରଶାସନିକ ଅବହେଳା ଯୋଗୁଁ କିଛି କେନାଲରେ ଗଛ ଉଠିଲାଣି ତ, ଆଉ କିଛି କେନାଲରେ ଆବର୍ଜନା ଭର୍ତ୍ତି ହୋଇରହିଛି। ଯଦ୍ୱାରା ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଠପ ହୋଇଯାଇଛି. ପାରଳା ସହରର ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ସହର ସମସ୍ତ ଆବର୍ଜନା ଜଳକୁ ବାକିଟିସାହି ସ୍ଥିତ ଏକ ବନ୍ଧରେ ବିଶୁଦ୍ଧୀକରଣ କରି ଆବର୍ଜନା ହଟାଇବା ପରେ ଏହି ଜଳକୁ କେନାଲ ମାଧ୍ୟମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ମଣ୍ଡଳର ଗୋପାଳପୁର ରାସ୍ତାରେ ଥିବା କେନାଲ ମାଧ୍ୟମରେ ନଦୀରେ ମିଶୁଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟବହାର ବଢ଼ିବା ପରେ ଏହି ଡ୍ରେନ୍‌ରେ ଧୀରେ ଧୀରେ ପ୍ଲାଷ୍ଟିକ୍ ଅବାର୍ଜନା ଭର୍ତ୍ତି ହେବାରେ ଲାଗିଲା। ସହରର ବିଭିନ୍ନ ନାଳର ଆବର୍ଜନା ପାଣି ଏହି ନାଳଦେଇ ଯାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଚାଷଜମି ଗୁଡିକରେ ପ୍ରବେଶ କରୁଛି। ଯାହା ଫଳରେ ସେମାନଙ୍କ ଜମିର ଚାଷ ନଷ୍ଟ ହେବା ସହ ଉକ୍ତ ଅଞ୍ଚଳ ଏବେ ଆଉ ଚାଷ ଉପଯୋଗୀ ହୋଇପାରିନାହିଁ। ତେଣୁଗତ କିଛିବର୍ଷ ହେଲା ଏହି ଅଞ୍ଚଳର ଚାଷୀମାନେ ନିଜ ଚାଷଜମିକୁ ସୁରକ୍ଷା ଦେବା ପାଇଁ ଏହି ନାଳ ଉପରେ ଆଡ଼ିବନ୍ଧ ବାନ୍ଧିବା ସହ ଏହି ପାଣିକୁ ଆଉ ଆଗକୁ ଯିବା ପାଇଁ ସୁଯୋଗ ଦେଉନାହାନ୍ତି । ଏହି ଭଳି ନାଳର ପାଣି ଏବଂ ଆବର୍ଜନାକୁ ସେଠାକାର ଲୋକେ ଅଟକାଇବା ଫଳରେ ବିଗତ କିଛିବର୍ଷ ହେଲା ଏହି ନାଳରେ ଆବର୍ଜନା ଭରି ହୋଇ ରହିଯାଇଛି । ଏନେଇ ପାରଳା ମୁନିସିପାଲିଟିର ନିର୍ବାଚିତ ପୌର ପରିଷଦ ଅତି ତୁରନ୍ତ ସୁଚିନ୍ତିତ ଭାବେ ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ବର୍ଷା ଦିନରେ ଏଭଳି ଆବର୍ଜନାପୂର୍ଣ୍ଣ ଡ୍ରେନେଜ ପାଣି ଦ୍ୱାରା ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ ଦେଖାଦେବା ନିଶ୍ଚିତ ଅଟେ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ

Leave a Reply

Your email address will not be published. Required fields are marked *