ପାରଳାଖେମୁଣ୍ଡି ସହରରେ ର ବିଜୁ ଜନତାଦଳର ପଦଯାତ୍ରା ଗଜପତ:୨୩/୧୦(ମନୋଜ ପାଢୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଜୁ ଜନତା ଦଳର ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଦଯାତ୍ରାରେ ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏହି ପଦଯାତ୍ରା ବାହାରି ହାଇସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ବଜାର ଛକ ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ରାମନଗର ଠାରେ ଥିବା ହାଇଟେକ୍ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ପାରଳା ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ଏହାର ନେତୃତ୍ବ ନେଇଥିଲେ । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜଙ୍କ ସମେତ ବହୁ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ ।
Related Posts

ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ନିଜ ପୈତୃକ ଘର ଜଗତସିଂପୁରରୁ ମାଥିଲି ପୁଲିସ ଦ୍ବାରା ଗିରଫ ହୋଇଛନ୍ତି
ମାଲକାନଗିରି ଜିଲ୍ଲା ମାଥିଲି ବହୁ ଚର୍ଚ୍ଚିତ ଠକେଇ ମାମଲାରେ ଦ୍ଵିତୀୟ ଅଭିଯୁକ୍ତ ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ନିଜ ପୈତୃକ ଘର ଜଗତସିଂପୁରରୁ…

ଜି ଏସ୍ ଟି ଫାଙ୍କି ରୁପା ଚାଲାଣ ବେଳେ ପୋଲିସ ଦ୍ଵାରା ଅଟକ।
ଜି ଏସ୍ ଟି ଫାଙ୍କି ରୁପା ଚାଲାଣ ବେଳେ ପୋଲିସ ଦ୍ଵାରା ଅଟକ।ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଗୋରାପଲ୍ଲୀ ଟୋଲ୍ ଗେଟ୍ ଠାରେ ଖଲ୍ଲିକୋଟ ପୋଲିସ…

ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ।
ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ। ରାୟଗଡ଼ – (ପ୍ରଫୁଲ କୁମାର ବେହେରା)ରାୟଗଡ଼ ସହର ସର୍ବ ଶ୍ରେଷ୍ଠ ଦେବତା ସ୍ଵୟଂଭୂ ସଦାଶିବ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ…