ପାରଳାଖେମୁଣ୍ଡି ରେ ଜମିବାରେ ଲାଗିଛି ତରଭୁଜ ବେପାର । ଆର,ଉଦୟଗିରି ( ମନୋଜ କୁମାର ପାଢୀ : ତରଭୁଜ ଖାଇ ତୃଷାର୍ତ୍ତ ତୃଷା ନିବାରଣ କରୁଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ପଥଚାରୀଟିଏ ହେଉ ବା ସାଧାରଣ ଲୋକ ଟିଏ ହେଉ ତରଭୁଜ କିଣୁଥିବାର ଦେଖିବାକୁ ମିଳିଛି । ତଭୁଜରେ 92% ଜଳୀୟ ଅଂଶ ଥିବାରୁ ତରଭୁଜ ଖାଇଲେ ତୃଷା ନିବାରଣ ସାଙ୍ଗକୁ କ୍ଷୁଧା ନିବାରଣ କରିଥାଏ । ତରଭୁଜରେ ପ୍ରୋଟିନ, ଭିଟାମିନ A- B -C ,ଫାଇବର, ଆଇରନ,ପଟାସିୟମ , ଫସଫରସ ଭଳି ବିଭିନ୍ନ ପୋଷକତତ୍ତ୍ୱ ରହିଛି । ଲାଇକୋପିନ ଏକ ପଦାର୍ଥ ଏଥିରେ ଭରପୁର ମାତ୍ରାରେ ରହିଥିବାରୁ କ୍ୟାନସର ମାତ୍ରା କମାଇଥାଏ, ରକ୍ତହୀନତା ଦୂର କରିଥାଏ । ବ୍ୟବସାୟୀ ମାନେ ବିଭିନ୍ନ ଛକ ନିକଟରେ ଓ ରାସ୍ତା କଡରେ ତରଭୁଜ ବେପାର କରୁଥିବାର ଦେଖିବାକୁ ମିଳିଛି ! ଖରା ଯେତେ ବୃଦ୍ଧି ପାଇବ ରୋଜଗାର ସେତେ ଜମିବ ବୋଲି ବେପାରୀ ଆଶା ରଖିଛନ୍ତି । ଏହି ଋତୁ କାଳୀନ ବେପାରରେ ଦୁଇ ପଇସା ରୋଜଗାର କରିବା ଆଶାରେ କାଶୀନଗର ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ତରଭୁଜ ଆଣି ବିକ୍ରି କରୁଛନ୍ତି ବୋଲି କହିଛନ୍ତି । ଖରା ଯେତେ ବଢିବ , ବେପାର ସେତେ ପରିମାଣରେ ବଢିବ ବୋଲି ବେପାରୀ ପ୍ରକାଶ କରିଛନ୍ତି । ବିଶେଷ କରି ଛାତ୍ର ଛାତ୍ରୀ , ସହରକୁ ଆସୁଥିବା ପଥଚାରୀ ଓ ଗୃହଣୀ ମାନେ ତରଭୁଜ କିଣି ନେଉଛନ୍ତି । ଆଧୁନିକ ତା ରେ ହଜି ଯାଉଥିବା ମଣିଷ ମୃଦ୍ୟୁ ପାନୀୟର ଚାହିଦା ଥିବା ସତ୍ତ୍ୱେ ତରଭୁଜ ପ୍ରତି ଚାହିଦା ଜମୁଛି !
Related Posts

ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଚୋରି ହୋଇଥିବା ନେଇ ବରଗଡ଼ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।
ବରଗଡ଼ ସହର ଉପକଣ୍ଠ ବରଡୋଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଚୋରି ହୋଇଥିବା ନେଇ ବରଗଡ଼ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ…

ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ
ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ…

ମାଣ୍ଡିପଙ୍ଖା ଗସ୍ତ କରି ପୀଡ଼ିତ ପାରିବାରକୁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ଯୁବସାମ୍ବାଦିକ
ମାଣ୍ଡିପଙ୍ଖା ଗସ୍ତ କରି ପୀଡ଼ିତ ପାରିବାରକୁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ଯୁବସାମ୍ବାଦିକ.. କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଯୁବ ସାମ୍ବାଦିକ/ ସମାଜସେବୀ ଗଗନ କୁମାର…