ପାରଳାଖେମୁଣ୍ଡି ପୌରପରିଷଦର ବିଷମ ପରିସ୍ଥିତି
ଗଜପତି ( ମନୋଜ ପାଢୀ ):- ରାଜ୍ୟର ସର୍ବ ପୁରାତନ ପୌରପରିଷଦ ପାରଳାଖେମୁଣ୍ଡି। ବର୍ତ୍ତମାନ ଏହି ପୁରାତନ ପୌରପରିଷଦ ଏବେ ଅତି ବିଷମ ପରିସ୍ଥିତି ଦେଇ ଗତି କରୁଛି। ଏହି ପୌର ପରିଷଦରେ ଦାଇତ୍ଵ ଭାର ନେବା ପାଇଁ ରହୁନାହାନ୍ତି ନିର୍ବାହୀ ଅଧିକାରୀ , କାର୍ଯ୍ୟାଳୟରେ ଲାଗିଥିବା ତାଲିକା ଅନୁସାରେ ଗତ ୧୮ ମାସ ମଧ୍ୟରେ ନଅ ଜଣ ଅଧିକାରୀଙ୍କ ବଦଳି ହେଲାଣି , ଯାହା ଫଳରେ ପୈାରପରିଷଦ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ କିଭଳି ଚାଲୁଥିବ ତାହା ସହଜରେ ଅନୁମାନ କରାଯାଇ ପାରେ । ଏହି ପୌରପରିଷଦ ରେ କେବଳ ନିର୍ବାହୀ ଅଧିକାରୀ ପଦବୀରେ ଏତେ ବଦଳି କାହିଁକି ହେଉଛି, ସତରେ କଣ ପାରଳା ପୈାରପରିଷଦ କୁ ଚଳାଇବା ପାଇଁ ଯୋଗ୍ୟ ଅଧିକାରୀ ନାହାନ୍ତି ନା ଆଉ କିଛି ଅଦୃଶ୍ୟ ଶକ୍ତି ପୌରପରିସଦକୁ ଅଚଳ କରିବା ପାଇଁ ଭିତ୍ତିରି କାରବାର ଚାଲିଛି ନା ଅନ୍ୟ କାରଣ ରହିଛି । ଏହାକୁ ନେଇ ନାନା ପ୍ରଶ୍ନ ଉଠିବା ସ୍ବାଭାବିକ।ବାରମ୍ବାର ବଦଳିର କାରଣ କ’ଣ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ , ଅନ୍ୟପକ୍ଷରେ ବାରମ୍ବାର ବଦଳୁଛନ୍ତି ନିର୍ବାହୀ ଅଧିକାରୀ କିନ୍ତୁ ଦଶ ବର୍ଷ ଧରି ପାରଳା ପୈାରପରିଷଦରେ କାର୍ଯ୍ୟରତ ଥିବା ଅନ୍ୟ ପଦବୀର ବଦଳି ହେଉନି ଭାରି ସୁସ୍ତିରର ନିଜ କୁଣ୍ଡିଜମାଇ ବସିଛନ୍ତି।ଏହା ପଛରେ କାରଣ କଣ ହୋଇପାରେ।ମିଳିଥିବା ସୂଚନା ପ୍ରକାରେ ୨୨ /୦୯ / ୨୦୨୨ ରେ ଦାୟିତ୍ଵ ଗ୍ରହଣ କରି ୩୦/୧୧/୨୦୨୨ ରେ ଅନ୍ୟତ୍ର ବଦଳି ହୋଇଥିଲେ ଜୁବୁଲି ବେହେରା , ସେହିପରି ନଟବର ଗରଡା ୩୦/୧୧/୨୦୨୨ ରେ ଦାୟିତ୍ଵ ଗ୍ରହଣ କରି ୧୨/୦୪/୨୦୨୩ ରେ ଅନ୍ୟତ୍ର ବଦଳି ହୋଇଥିଲେ, ୧୨/୦୪ /୨୦୨୩ ରେ ଦାୟିତ୍ଵ ନେଇ ୦୧/୦୨/୨୦୨୪ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ ବନମାଳୀ ସତପଥି , ତାପରେ ସୁଜିତ କୁମାର ଚୈଧରି ୦୧/୦୨/୨୦୨୪ରେ ଦାୟିତ୍ଵ ଗ୍ରହଣ କରି ମାତ୍ର ଗୋଟିଏ ମାସରେ ୦୫/୦୩/୨୦୨୪ ରେ ଅନ୍ୟତ୍ର ବଦଳି ହୋଇଥିବା ବେଳେ ପ୍ରାଣ କ୍ରିଷ୍ଣା ପାଣିଗ୍ରାହୀ ୦୫/୦୩/୨୦୨୪ ରୁ ୦୭/୦୩/୨୦୨୪ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ସେହିଭଳି ୦୭/୦୩/୨୦୨୪ ରେ ପ୍ରମୋଦ କୁମାର ଖିଲୋକୁ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା ମାତ୍ର ୨୯/୦୬/୨୦୨୪ ରେ ପୁଣି ତାଙ୍କୁ ମଧ୍ୟ ବଦଳି କରାଯାଇଥିଲା , ଲିପିକା ଦାସଙ୍କୁ ମଧ୍ୟ ୨୯/୦୬/୨୦୨୪ ଦାୟିତ୍ଵ ଦିଆଗଲା ପରେ ମାତ୍ର ଦୁଇମାସ ମଧ୍ୟରେ ୦୨/୦୮/୨୦୨୪ ରେ ତାଙ୍କୁ ପୁଣି ଦାୟିତ୍ଵରୁ ହଟାଇ ଦିଆଯାଇଥିଲା । ପୁଣି ଥରେ ଗୈାର ଚନ୍ଦ୍ର ପଟ୍ଟନାୟକଙ୍କୁ ୦୯/୦୮/୨୦୨୪ ରେ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା ୦୭/୧୧/୨୦୨୪ ରେ ତାଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଥିବା ବେଳେ ୦୭/୧୧/୨୦୨୪ ରେ Y B. ଅହମ୍ମଦଙ୍କୁ ଦାୟିତ୍ଵ ମିଳିଥିଲା ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ପୁଣି ଥରେ ଗୈାର ଚନ୍ଦ୍ର ପଣ୍ଡା ଦାୟୀତ୍ୱରେ ରହିଥିବା ଜଣା ପଡିଛି।ତେବେ ଗତ ୦୨/୦୧/୨୦୨୫ ରେ ନଗର ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଲକ୍ଷ୍ମଣ କୁମାର ମୁର୍ମୁ ଙ୍କୁ ପାରଳାଖେମୁଣ୍ଡି ପୈାରପରିଷଦ ର ନିର୍ବାହୀ ଅଧିକାରୀ ଭାବରେ ବଦଳି ହୋଇଛି କିନ୍ତୁ ସେ ଏଯାବତ ଦାୟିତ୍ଵ ଗ୍ରହଣ କରିନଥିବା ଜଣା ପଡ଼ିଛି । ହରର ଅନେକ କାମ ହେବାରେ ଏକ ପ୍ରକାର ଶିଥିଳ ପଡିଥିବା ବେଳେ ନିର୍ବାହୀ ଅଧିକାରୀଙ୍କ ପଦବୀରେ ସ୍ଥାୟୀତ୍ୱ ଦେଖାଦେଉନି ଯାହାକୁ ନେଇ ଅନେକ ଦିଗକୁ ସନ୍ଦେହ ଗଲାଣି । କେବଳ ନିର୍ବାହୀ ଅଧିକାରୀଙ୍କ ବ୍ୟତୀତ ଅନ୍ୟ ପଦବୀର ବଦଳି ହେଉନି ମନେ ହେଉଛି ଉଚ୍ଚ ପଦାଧିକାରୀଙ୍କୁ ବାକି କର୍ମଚାରୀ କାଠ ପୁତ୍ତଳି ବ୍ୟବହାର କରିବାକୁ ଚାହୁଁନାହଁନ୍ତି ତ । ସେପଟେ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି ପୌରପରିସଦର ନୂତନ କାଉନସିଲ ଗଠନ ହେବା ପରେ ସମସ୍ତ ଉନ୍ନୟନ ମୂଳକ କାର୍ୟ୍ଯର ଫାଇଲରେ ଅନେକ ତ୍ରୁଟି ରହିଛି । ଆନେକ ଫଣ୍ଡ ବାଟମାରଣା ହୋଇଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ମାନେ। ଯାହା ହୋଇଥିବା ଅବ୍ୟବସ୍ଥା ମଧ୍ୟରେ କୌଣସି ଅଧିକାରୀ ମୁଣ୍ଡ ପୁରାଇବା କୌଣସି ବଡ଼ ବିପଦକୁ ଆମନ୍ତ୍ରଣ କରିବା ଭଳି ସେଥିପାଇଁ କୌଣସି ସ୍ଥାୟୀ ନିର୍ବାହୀ ଅଧିକାରୀ ରହିବାକୁ ନାରାଜ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଏହି ସବୁ କ୍ଷେତ୍ରକୁ ଦେଖି ବର୍ତ୍ତମାନ ରାଜ୍ୟ ସରକାର ଏହି ପୌରପରିସଦ ର ଭିତିରିୟା ବ୍ୟବସ୍ଥାକୁ କୌଣସି ଉଚ୍ଚ ସ୍ଥାରୀୟ ତଦନ୍ତ ସମସ୍ୟାର ସମାଧାନ କରିବା ସହ ସ୍ଥାୟୀ ଆଧିକାରୀଙ୍କ ଆବଶ୍ୟକ ରହିଛି । ନଚେତ ପୁରାତନ ପୌରପରିସଦ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯିବ ଲୋକେ ନା ପାଇପାରିବେ କୌଣସି ସରକାରୀ ଯୋଜନାର ଲାଭ ନା ନୂତନ ଉନ୍ନୟନ କାର୍ଯ୍ୟ ହୋଇପାରିବ। ରାଜ୍ୟରେ ସରକାର ବଦଳି ବିଜେପି ର ମୋହନ ମାଝୀଙ୍କ ସରକାର ଆସିବା ପରେ ପୌରପରିସଦ ନୂତନ ଦିଶାର ଆକଳନ କରୁଛନ୍ତି । ତେବେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।ଏ ସମ୍ପର୍କରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ କହିବା ହେଲା ଅଧିକାରୀଙ୍କ ବଦଳି ନିଷ୍ପତ୍ତି ସରକାରଙ୍କ ସେଥିରେ ପ୍ରଶାସନର କୈାଣସି ହସ୍ତକ୍ଷେପ ନାହିଁ, ଉନ୍ନୟନମୂଳକ କାର୍ଯ୍ୟରେ ଯେଭଳି ବାଧା ସୃଷ୍ଟି ନହୁଏ ସେଥିପାଇଁ ପ୍ରଶାସନ ସର୍ବଦା ସଜାଗ ରହିଛି ।