ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ .
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପୁରୁଣା ବସ ଷ୍ଟାଣ୍ଡ ନିକଟରେ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ ପାରମ୍ପରିକ ଲୋକ କଳାକାର ମହାସଂଘ, କନ୍ଧମାଳ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯୋଡିହୋଇଥିବା କଳାକାର ଦଳ ର ସଭାପତି, ସମ୍ପାଦକ ଓ ଦଳର ମୁଖ୍ୟଙ୍କୁ ନେଇ କଳାକାରଙ୍କ ସ୍ୱାର୍ଥ ରକ୍ଷା ଉଦେଶ୍ୟରେ ଏଜ ପ୍ରସ୍ତୁତି ବୈଠକ ଆଲୋଚନା ହୋଇଥିଲା l ସୂଚନା ପ୍ରକାରେ ବିଗତ ତା -୫/୮/୨୦୨୪/ରିଖ ଦିନ ରାଜଧାନୀ ଭୁବନେଶ୍ୱର ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ କଳାକାର ମହାସଂଘ କନ୍ଧମାଳ ତରଫରୁ ଲିଖିତ ୨୪ ଦଫା ବିଶିଷ୍ଠ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅବସରରେ ପ୍ରଦାନ କରାଯାଇଥିଲା l ସରକାର ଆସିବା ୭ମାସ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ପ୍ରକାର ଫଳ ପ୍ରଦ ସୂଚନା ମିଳିନାହିଁ l ସରକାରଙ୍କର କଳାକାର ମହାସଂଘ ପ୍ରତି ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଦୂର ଦୃଷ୍ଟି ନାହିଁ l ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରି ଦାବି ପତ୍ର ପ୍ରଦାନ କରାଯାଇଥିବା ଦାବି ସାମୂହ ପ୍ରତି ସରକାର କେତେ ଯତ୍ନବାନ ସେହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ନିଆଯାଇଛି l ଆଗାମୀ ଦିନରେ ବ୍ଲକପ୍ରଶାସନ ଦ୍ୱରା ଆୟୋଜିତ ପ୍ରତ୍ୟେକ ସାଂକୃତିକ କାର୍ଯ୍ୟକ୍ରମ କଳାକାର ମହାସଂଘ ସହଯୋଗ ଓ ନେତୃତ୍ୱ ରେ କାର୍ଯ୍ୟକ୍ରମ କରାଯିବାକୁ ଟିକାବାଲି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତଙ୍କୁ ଆସନ୍ତା ତା -୬/୨/୨୦୨୫ /ରେ ଏକ ଦାବିପତ୍ର ପ୍ରଦାନ କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା l ଏଥିରେ ମହାସଂଘର ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲ, ଅଧିଶ୍ୱର ମଳିକ, ସୁଜାତା ମଳିକ, ଅନିତା ଦିଗାଲ, ସାମିତ୍ରୀ ଦିଗାଲ, ବାମିନି କହଁର,ବୀରେନ୍ଦ୍ର କହଁରଙ୍କ ସମେତ ଦାରିଙ୍ଗବାଡି ରୁ ମହେଶ୍ୱର ପ୍ରଧାନ, ଉଦୟଗିରିରୁ ଜୁନେଶ ପରିଛା, ରାଇକିଆରୁ ସୁକାନ୍ତ ନାୟକ, ଚକାପାଦରୁ ମୋହନ ମୁରଲୀ ଦଣ୍ଡିଆଙ୍କ ସମେତ ବ୍ଲକସ୍ତରୀୟ ମହାସଂଘ ର ସଭାପତି, ଏବଂ କଳାକାର ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ l