ପାନୀୟ ଜଳ ଅଭାବରୁ ମୁଖ୍ୟରାସ୍ତା ଅବରୋଧ କଲେ ମହିଳା ଆର,ଉଦୟଗିରି(ମନୋଜ କୁମାର ପାଢୀ) – ପାନୀୟ ଜଳ ଅଭାବରୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ପରିସଲ ଗ୍ରାମରେ ଏକ ମାସ ହେବ ଗ୍ରାମବାସୀକୁ ପାଣି ଯୋଗାଣ ନ ହୋଇ ଥିବା ବାରମ୍ବାର ଗ୍ରାମବାସୀ ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି ସୁଫଳ ନପାଇ ବୁଧବାର ଗାଁର ସମସ୍ତ ମହିଳା ରାସ୍ତା ଅବରୋଧ କରିଛନ୍ତି, ଫଳରେ326ଏ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ମୁଖ୍ୟରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି । ଏହି ଖବର ପାଇ RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି ପହଞ୍ଚି ମହିଳାମାନଙ୍କୁ ବୁଝା ସୁଜା କରିବା ସହ ଗ୍ରାମ୍ୟ ଜଳ ଓ ପରିମଳ କମିଟି ନୂତନ ଗଠନ କରାଯିବା ସହ କମିଟି ସହମତେ କ୍ରମେ ମହିଳା ମଣ୍ଡଳ ସଦସ୍ୟଙ୍କୁ ଗ୍ରାମ ପାଣି ଛାଡିଡାକୁ ଚାବି ହସ୍ତାନ୍ତର କରାଗଲା ବୋଲି ଯନ୍ତ୍ରୀ କହିଛନ୍ତି ।
Related Posts

ଜଳ ବିଭାଜିକାର ପ୍ରକଳ୍ପ ନିର୍ଦେଶକ ତଥା ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ କୁମାର ମହାପାତ୍ରଙ୍କ ଘରେ ଭିଜିଲାନସ୍ ଚଢଉ କରିଛି।
କୋରାପୁଟ:ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ ମହାପାତ୍ରଙ୍କ ଜୟପୁରସ୍ଥିତ ତିନି ମହଲା କୋଠାରେ ଚଢ଼ାଉ କରାଯିବା ସହ ଅନ୍ୟ ସହକର୍ମୀ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ,ଡାଟା ଏଣ୍ଟ୍ରି ଅପରେଟର ଅଭିଜିତ…

ଝାରପାଲମ ଗ୍ରାମରେ ଚାଷୀଙ୍କ ପାଇଁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର) କାର୍ଯ୍ୟକ୍ରମ ଅଧୀନରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ସହାୟକ ସଂସ୍ଥା ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଗିରିସିମା ଓ…

ଜୁଲାଇ ୧୮ ରେ ଖୋଲିବ ରତ୍ନ ଭଣ୍ଡାର
ଜୁଲାଇ ୧୮ ରେ ଖୋଲିବ ରତ୍ନ ଭଣ୍ଡାର ଭୁବନେଶ୍ୱର: ଜୁଲାଇ ୧୮ ତାରିଖରେ ଖୋଲିବ ପୁରୀ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ଆସନ୍ତା ଗୁରୁବାର ସକାଳ…