ପାଦ ଫଟା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

*ପାଦ ଫଟା ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର **

ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ପାଦ, ଓଠ, ଚର୍ମ ଫଟା ରୋଗ ପ୍ରତିରୋଧ ପାଇଁ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତଦିନେ ଥଣ୍ଡା ଶୁଷ୍କ ବାୟୁ ବହିବା, ଧୂଳିକଣା,ଧାନ ଅମଳ ପାଇଁ ଶୁଷ୍କ ଜମିରେ କାମ କଲେ ଶୁଷ୍କ, ରୁକ୍ଷ ଶରୀର ଅଧିକ ଶୁଷ୍କ ହୋଇ ଓଠ,ପାଦ, ଶରୀର ଚର୍ମ ଫାଟେ।ରକ୍ତ ବାହାରେ। ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ ରଖନ୍ତୁ। ଶରୀରକୁ ସଫା ରଖନ୍ତୁ।ନଡ଼ିଆ ତେଲ, ସୋରିଷ ତେଲ, ଗୋ ଘୃତ କୌଣସି ଗୋଟିଏ ଲଗାନ୍ତୁ। ଗୁଡ, ଲବଣ, ତେନ୍ତୁଳି ଗଛ ମୂଳ ଛାଲି ଘୃତ ସହ ବାଟି ଫଟା ଜାଗାରେ ଲଗାନ୍ତୁ। ଝୁଣା,ସୈନ୍ଧବକୁ ଘିଅ, ମହୁ ସହ ବାଟି ଲଗାନ୍ତୁ ।ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ।ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ।

Leave a Reply

Your email address will not be published. Required fields are marked *