ବୁର୍ବୀନାଜୁ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟରତ ଥିବା ଶିବ ପ୍ରସାଦ ଭୋଇଙ୍କ ଛୁଆଁ ରେ ବୁଡି ମୃତ୍ୟୁ ..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ ଟିକାବାଲି ଭୋଇ ସାହି ର ଶିବ ପ୍ରସାଦ ଭୋଇ ରଙ୍ଗୁଆ ଛୁଆଁ ଠାରେ ପାଣିରେ ବୁଡି ମୃତ୍ୟୁ ଘଟିଛି। ଶିବ ପ୍ରସାଦ ଭୋଇ ବୁର୍ବୀନାଜୁ ଗ୍ରାମପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟାରତ ଥିଲେ l ସୂଚନା ପ୍ରକାରେ ସ୍ବର୍ଗତ ଶିବ ପ୍ରସାଦ ଭୋଇ ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସକାଳୁ ୪.୩୦ ରେ ଟିକାବାଲି ମାଷ୍ଟ୍ରପଡା ସାହି ପାଖରେ ଥିବା ରଙ୍ଗୁଆ ଛୁଆଁ ରେ ସ୍ନାନ କରିବା ନିମନ୍ତେ ଯାଇଥିଲେ l ସକାଳୁ କିଛି ସ୍ଥାନୀୟ ଲୋକ ଛୁଆଁକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଜଣା ବ୍ୟକ୍ତିର ମୃତ୍ୟୁ ଦେହ ଚୁଆଁରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହି ଖବର ଚାରିଆଡ଼େ ଚହଳ ପଡ଼ିବା ପରେ ପ୍ରଥମେ ଶିବ ପ୍ରସାଦ ଭୋଇ ଙ୍କ ପୁଅ ବାଦଲ ଭୋଇ ଆସି ଦେଖିବାରୁ ମୋ ବାପା ବୋଲି ଚିହ୍ନି ପାରିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପ୍ରଥମେ ପୋଲିସ୍ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଭାସୁଥିବା ଶିବ ପ୍ରସାଦ ଭୋଇଙ୍କୁ ଉଦ୍ଧାର କରି ଟିକାବାଲିର ଟିମ୍ ହ୍ୟୁମାନିଟି ସଦସ୍ୟ ହିରୋ ନାୟକ, ନିଳମାଧବ ଗାଡି ସାହାଯ୍ୟରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଡ଼ାକ୍ତର ଚିକିତ୍ସା ଅବସ୍ଥା ରେ ଶିବ ପ୍ରସାଦ ଭୋଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଟିକାବାଲି ପୋଲିସ କେସ୍ ନମ୍ବର ୨/୨୫ରେ ମାମଲା ରୁଜ୍ଜୁ କରି ମୃତ୍ୟୁ ସରିର କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବେଚ୍ଛେଦ ପାଇଁ ପଠା ଯାଇଥିବା ଏ ଏସ୍ ଆଇ ରାଜେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଦୁଃଖର ବିଷୟ ସ୍ବର୍ଗତ ଶିବଙ୍କ ପୁଅ ଝିଅ ଦୁଇ ସନ୍ତାନ ପିତାଙ୍କ ବ୍ୟତୀତ ଉକ୍ତ ପରିବାରର ଆୟର ପନ୍ଥା କିଛି ନ ଥିବା ହେତୁ ଉକ୍ତ ପରିବାରକୁ ଭୋରଣ ପୋଷଣ କରିବା ଅତ୍ୟନ୍ତ କଷ୍ଟ ଦାୟକ ବିଷୟ l ଏ ପରି ଏକ ଲମ୍ବା ଚଉଡ଼ା ବ୍ୟକ୍ତି ଙ୍କ ଛୁଆଁ ରେ ବୁଡି ମୃତ୍ୟହେବା ପ୍ରକୃତ ରହସ୍ୟ କଣ ଅଛି ପୋଷ୍ଟମୋର୍ଟମ ର ରିପୋର୍ଟ ଆସିଲେ ସତ୍ୟା ସତ୍ୟ ଖବର ଜଣାପଡିବ ବୋଲି ଅଞ୍ଚଳ ବାସି ଅପେକ୍ଷା ରେ ଥିବା ଦେଖିବାକୁ ମିଳିଛି ।
