ପାଡ଼ାଙ୍ଗି ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ଦ୍ୱାଦଶ ମାସିକ ବୈଠକ ଅନୁଷ୍ଠିତ..

ପାଡ଼ାଙ୍ଗି ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ଦ୍ୱାଦଶ ମାସିକ ବୈଠକ ଅନୁଷ୍ଠିତ..

କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସି ଆର ସି ସି ଙ୍କୁ ନେଇ ପାଡାଙ୍ଗୀ ପଞ୍ଚାୟତ ସ୍ଥିତ କମଳାନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟ,ଗୁଡ୍ରିପଡ଼ି ଠାରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଅଧକ୍ଷ୍ୟତା ରେ ବ୍ଲକ ସ୍ତରୀୟ ଦ୍ୱାଦଶ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ର ମଧ୍ୟାନ୍ତର ରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ର ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଓ ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର ଯୋଗଦାନ କରି ତାଙ୍କ ବକ୍ତବ୍ୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଏଥିସହ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ,ଶ୍ରୀଯୁକ୍ତ ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲ ମଞ୍ଚାସିନ ହୋଇଥିଲେ l ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ରାଜ କୁମାର ସାହୁ ଓ ରିସୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧେଶ୍ୟାମ ଦାଶ ଏହି ବୈଠକ ଟିକୁ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହାପରେ କନ୍ଧମାଳ ତଥା ଟିକାବାଲି ଅଞ୍ଚଳର ଗର୍ବ, ଗୌରବ ତଥା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ବର୍ଗତ ବୃନ୍ଦାବନ ରଥ ଙ୍କ ଦିବଂଗତ ଅମର ଆତ୍ମା ର ସଦଗତି କାମନା କରି ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହାପରେ ବୈଠକ ରେ ମୁଖ୍ୟତଃ ବିଦ୍ୟାଳୟ ର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ଏହି ବୈଠକ ରେ ପୂର୍ବ ବୈଠକ ର ସମୀକ୍ଷା,ସେଥିରେ ୟୁ ଡାଇସ ପ୍ଲସ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ,ଶିକ୍ଷାର୍ଥୀ ଙ୍କ ଅପାର ଆଇଡି ପଞ୍ଜିକରଣ ନିଶ୍ଚିତ କରିବା, ଗଣିତ ଦକ୍ଷତା ବୃଦ୍ଧି (ଖାନ ଏକାଡେମୀ ),କ୍ଳବ ଓ ହାଉସ ର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍କର୍ଷ କାର୍ଯ୍ୟକ୍ରମ,ଦଶମ ଶ୍ରେଣୀ ଶିକ୍ଷାର୍ଥୀ ଙ୍କ ଶୈକ୍ଷିକ ଉନ୍ନତି ପାଇଁ ଯୋଜନା ଓ ଅଧାରୁ ପାଠପଢା ଛାଡ଼ିଥିବା ଶିକ୍ଷାର୍ଥୀ ଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ଟିକାବାଲି ଠାରେ ଖୋଲିଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ରେ ନାମାଙ୍କନ ପାଇଁ ଉତ୍ସାହିତ କରିବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି l କମଳା ନେହେରୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯତୀନ କୁମାର ଦିଗାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତାଙ୍କର ସମସ୍ତ ସହଯୋଗୀ କାର୍ଯ୍ୟକ୍ରମ ଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ବୈଠକ ରେ ଟିକାବାଲି ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଟିକାବାଲି ବ୍ଲକ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯଥା ମୁରଲୀ ଧର ପଲେଇ , ଅରବିନ୍ଦ ମହାପାତ୍ର, ବିଷ୍ଣୁ ପ୍ରସାଦ ହୋତା, ଜୟପ୍ରକାଶ ପାତ୍ର, ରବିନାରାୟଣ ସାହୁ, ଉମେଶ ଦୁଗାଲ ପ୍ରମୁଖ ବୈଠକ କୁ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏହାପରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା l ପରିଶେଷରେ ଗଦଗୁଡା ସି ଆର ସି ସି ଶ୍ରୀଯୁକ୍ତ ପବିତ୍ର କୁମାର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ସଭାସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *