ପାଞ୍ଚ ଦଫା ଦାବି ପୁରଣ ପାଇଁ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ

*ପାଞ୍ଚ ଦଫା ଦାବି ପୁରଣ ପାଇଁ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ*

ଆର,ଉଦୟଗିରି-(ମନୋଜ କୁମାର ପାଢୀ) ତା ୦୫.୧୨.୨୪ ରିଖଆଜି କୃଷି ବିଜ୍ଞାନ କେନ୍ଦ୍ର, ଗଜପତିର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୃନ୍ଦ ICAR ଦ୍ଵାରା କରାଯାଉଥିବା ବିଭିନ୍ନ ବୃତ୍ତିଗତ ଅସମାନତାକୁ ଦୃଷ୍ଟିରେ ରଖି କ୍ଷୋଭ ପ୍ରକାଶ କରିବା ସହିତ ଶାନ୍ତିପୂର୍ଣ ଉପାୟରେ କଳା ବ୍ୟାଜ ପରିଧାନ ଓ placard ପ୍ରଦର୍ଶନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନ କୌଶଳର ପ୍ରୟୋଗ ନିମନ୍ତେ ସର୍ବଦା କାର୍ଯ୍ୟ କରି ଆସୁଛି। ସାରା ଭାରତ ବର୍ଷରେ ୭୩୧ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟରତ ଥିବାବେଳେ, ଓଡ଼ିଶାରେ ୩୩ ଟି କୃଷି ବିଜ୍ଞାନ କେନ୍ଦ୍ର ରହିଛି । ସେଥିମଧ୍ୟରୁ ୩୧ ଟି କୃଷି ବିଜ୍ଞାନ କେନ୍ଦ୍ର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଓ ୨ ଟି କୃଷି ବିଜ୍ଞାନ କେନ୍ଦ୍ର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR ) ଦ୍ୱାରା ପରିଚାଳିତ । କିନ୍ତୁ ସମସ୍ତ କୃଷି ବିଜ୍ଞାନ କେନ୍ଦ୍ର (ICAR ) ର ଶତପ୍ରତିଶତ ଆର୍ଥିକ ସହାୟତା ଦ୍ୱାରା ପରିଚାଳିତ । ଏହି ପରିସ୍ଥିତିରେ ICAR ଦ୍ୱାରା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ମାନଙ୍କର ବିଭିନ୍ନ ବୃତ୍ତିଗତ ସାମଞ୍ଜସ୍ୟ ଗୁଡିକୁ ଦୀର୍ଘ ବର୍ଷ ଧରି ଅଣଦେଖା କରାଇଛି । ଏହି ସମସ୍ୟା ଗୁଡିକ ମଧ୍ୟରେ ୧. ଦେଶର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟଗତ କର୍ମଚାରୀ ମାନଙ୍କ ପାଇଁ ସମାନ ଦରମା ଲାଗୁ କରିବା ।୨. କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟଗତ କର୍ମଚାରୀ ମାନଙ୍କ ପାଇଁ NPS ଏବଂ ଅବସର ପରବର୍ତ୍ତୀ ସୁବିଧା ଲାଗୁ କରିବା ୩. R.S. Paroda କମିଟିର ସୁପାରିଶ କାର୍ଯ୍ୟକାରି କରିବା।୪. ବୈଜ୍ଞାନିକ ହିସାବର SMS ମାନଙ୍କୁ ପୁନଃ ନାମକରଣ କରିବା ।୫. R.S. Paroda କମିଟିର ସୁପାରିଶ କ୍ରମେ କୃଷି ବିଜ୍ଞାନ କେନ୍ଦ୍ରର ପଦବୀ ଗୁଡିକୁ ପୁନଃଗଠନ କରିବା ସହ ପଦୋନ୍ନତି ଏବଂ ଅନ୍ୟାନ ଭତା କ୍ଷେତ୍ରରେ ସମାନତା ଆଣିବା ।ଉପରୋକ୍ତ ଦାବି ଗୁଡିକୁ ସହ “_ଗୋଟିଏ KVK ଗୋଟିଏ ନୀତି_” ଗ୍ରହଣ କରିବା ପାଇଁ ସର୍ବ ଭାରତୀୟ KVK ଓ AICRP ଫୋରମ ପକ୍ଷରୁ ଦାବି କରାଯାଇଛି । ICAR ଦ୍ୱାରା ଉପରକ୍ତ ଦାବି ଗୁଡିକ ପ୍ରତି ଧ୍ୟାନ ଦିଆନଗଲେ ସବୁ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ମାନେ ଧାରଣାରେ ବସିବେ ବୋଲି ସହମତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *