ପାକିସ୍ତାନ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।
୧୦ ବର୍ଷ ପରେ କୌଣସି ଭାରତୀୟ ବିଦେଶ ମନ୍ତ୍ରୀ ପାକିସ୍ତାନ ଯାଉଛନ୍ତି । ପୂର୍ବରୁ ୨୦୧୫ରେ ତତ୍କାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଆଫଗାନିସ୍ତାନ ପ୍ରସଙ୍ଗରେ ଆୟୋଜିତ ବୈଠକରେ ଭାଗ ନେବା ଲାଗି ପାକିସ୍ତାନ ଯାଇଥିଲେ । ଏସସିଓ ରାଷ୍ଟ୍ର ମୁଖ୍ୟ ବୈଠକରେ ବ୍ୟକ୍ତିଗତ ଭାବେ ଯୋଗ ଦେବା ଲାଗି ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲା । ସାଙ୍ଘାଇ ସହଯୋଗ ସଂଗଠନ- SCO ବୈଠକରେ ଭାଗ ନେବା ଲାଗି ପାକିସ୍ତାନ ଯିବେ ଜୟଶଙ୍କର । ଆସନ୍ତା ୧୫ ଓ ୧୬ ତାରିଖରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହେବ SCO ରାଷ୍ଟ୍ରମୁଖ୍ୟଙ୍କ ବୈଠକ । ଜୟଶଙ୍କରଙ୍କ ଗସ୍ତ ନେଇ ଆଜି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ।