ପାଇକ ଡାକୁଲୁଗୁଡା ଉଚ୍ଚ ବିଦ୍ୟାଳୟ ଉଦଘାଟିତ

ପାଇକ ଡାକୁଲୁଗୁଡା ଉଚ୍ଚ ବିଦ୍ୟାଳୟ ଉଦଘାଟିତ

ରାୟଗଡା : ରାୟଗଡା ଜ଼ିଲ୍ଲା ର ବିଷମକଟକ ବ୍ଲକ ର ପାଇକଡାକୁଲୁଗୁଡା ଠାରେ ଗତ ବିଜେଡି ସରକାର ଙ୍କ ସାଶନ ସମୟରେ ରେ ପୂର୍ବତନ ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଉଚ୍ଚ ବିଦ୍ୟାଳୟ ର ଶୁଭ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି ବିଦ୍ୟାଳୟ କୁ ଆଜି ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣ ଶିକ୍ଷାବିଭାଗ ଓଡିଶା ସରକାର ଉଦଘାଟନ କରିଛନ୍ତି l ମାନ୍ୟବର ମନ୍ତ୍ରୀ ଦୁଇଦିଆ ରାୟଗଡା ଜ଼ିଲ୍ଲା ଗସ୍ତ ରେ ଆସି ପ୍ରଥମେ ଡଙ୍ଗୋସୋରଡ଼ା ଠାରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ଉନ୍ମୋଚନ କରିଥିଲେ ପରେ ପରେ ପାଇକ ଡାକୁଲୁଗାଡା ଠାରେ ପୂର୍ବତନ ସରକାର ଙ୍କ ଦ୍ୱାରା l ଖଣିଜ ପାଣ୍ଠି, 5 ଟି ଅନୁଦାନ ଓ ମନେରଙ୍ଗା ଯୋଜନା ରେ ପ୍ରାୟ 90ଲକ୍ଷ ଟଙ୍କା ଖର୍ଚ୍ଚ ରେ ନିର୍ମିତ ହୋଇଥିବା ସ୍କୁଲ କୋଠା କୁ ମାନ୍ୟବର ମନ୍ତ୍ରୀ ଉଦଘାଟିତ କରିଛନ୍ତି l ଏହି ଉଦଘାଟନ ସମାରୋହ ରେ ସ୍ଥାନୀୟ ବିଧାୟକ ନୀଳମାଧବ ହିକକା, ବ୍ଲକ ଉପାଦକ୍ଷ ଦେବୀ ପଟ୍ଟନାୟକ, ସରପଞ୍ଚ ବାସନ୍ତୀ ହିକକା, ସମିତି ସଭ୍ୟା ଜ଼ିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ସି ଇ ଓ ନିହାର ରଞ୍ଜନ କଂହର ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ସଦାଶିବ ନାୟକ ଉପସ୍ଥିତ ରହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ, ଉପସଭାପତି ଟୁଟୁ ଦାସ କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ କଳିରାମ ମାଝୀ, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଁଦୃକା ଶିବ ଉଲାକା ଙ୍କ ସମତେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l ଉଦଘାଟନ ଉତ୍ସବ ରେ ଉପସ୍ଥିତ ଜନସାଧାରଣ ଆଲୋଚନା କରୁଥିଲେ ଯେ ବିଜେଡି ସରକାର ଅନୁଦାନ ଦେଇ ସ୍କୁଲ କାମ କରିଥିଲେ ସ୍କୁଲ କାମ ସମାପ୍ତି ପରେ ବିଜେପି ସରକାର ଉଦଘାଟନ କରିଲେ ବୋଲି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *