ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ସପ୍ତମ ତମ ଶ୍ରାଦ୍ଧବାର୍ଷିକୀ ପାଳିତ।
ବରଗଡ ୨୯,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିଖାରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ଆଜି ସ୍ବର୍ଗତ ମିଶ୍ର ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । କମିଟିର ସଭାପତି ଶ୍ରୀ ଆକାଶ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ର ଦ୍ଵିତୀୟ କୃଷ୍ଣ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ଚରଣ ମିଶ୍ର ଓ ତାଙ୍କ ଧର୍ମ ପତ୍ନୀ ସୁବର୍ଣ୍ଣ ମିଶ୍ର ଙ୍କୁ ପବିତ୍ର ଆଶ୍ୱିନ ପିତୃପକ୍ଷ ର ଦ୍ଵାଦଶୀ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚରଣ କରାଯାଇଥିଲା। ଏହି ଅବସରରେ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମାଜ ଖବର କାଗଜ ସମ୍ବଲପୁର ସଂସ୍କରଣ ର ସମ୍ପାଦକ ମୃତ୍ୟୁଞ୍ଜୟ ମେହେର ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମେ ସ୍ବର୍ଗତ ମିଶ୍ର ଓ ତାଙ୍କ ଧର୍ମ ପତ୍ନୀଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ତଥା ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ବିଦ୍ୟାଳୟ ର ଶିକ୍ଷକ ଦୁଃଖୀ ସେବକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବଧିର ବିଭାଗର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ । ସଙ୍ଗୀତ ଶିକ୍ଷକ ଅମରେଶ ବାରିକ୍ ଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ତିନିଜଣ ଦୃଷ୍ଟି ବାଧିତ ଚତୁର୍ଥ ଶ୍ରେଣୀ ଛାତ୍ରୀ ଆଶା ଭୋଷାଗର ଓ ରଶ୍ମୀ ବିଶି ଏବଂ ତୃତୀୟ ଶ୍ରେଣୀ ଛାତ୍ର ଭାଗିରଥି ବାଗ ଙ୍କୁ ସଙ୍ଗୀତ କଳା ସମ୍ମାନ ରେ ଅତିଥି ଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ମିଶ୍ରଙ୍କ ପୁତ୍ର ଗୋପାଳ ମିଶ୍ର, କାମlରି ମିଶ୍ର , ପୁତ୍ରବଧୂ , ନାତୁଣୀ ଙ୍କ ସମେତ ସଙ୍କୀର୍ତ୍ତନ ପ୍ରେମୀ ଅତାବିରା ର ଦୁର୍ଯ୍ୟୋଧନ ଗଡତିଆ ,ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ମେଘନାଦ ସାହୁ,, ସାଧୁ ଗଡତିଆ ଯୋଗ ଦେଇ ସ୍ବର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ । ସ୍ବର୍ଗତ ମିଶ୍ର ପେଶାରେ ଜଣେ ଆଦର୍ଶ ଶିକ୍ଷକ କିନ୍ତୁ କଳା ଥିଲା ତାଙ୍କର ନିଶା ।ସେ ଅନନ୍ୟ କଳାର ଅଧିକାରୀ ଥିଲେ । ବାଲ୍ୟ କାଳରୁ ମୃଦଙ୍ଗ ବାଦକ ପ୍ରତି ରହିଥିଲା ତାଙ୍କର ଅହେତୁକ ଦୁର୍ବଳତା। ଅପରାହ୍ନ ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ମୃଦଙ୍ଗ ବାଦନ କରି ସେ ସ୍ଵର୍ଣ୍ଣପଦକ ଲାଭ କରିଥିଲେ।ଏହା ସହ ଅନେକ ଗୁଡ଼ିଏ ନାଟକରେ ମଧ୍ୟ ସେ ଅଭିନୟ କରି ଉଚ୍ଚ ପ୍ରଶଂସିତ ଓ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ନାମ ଥିଲା ଭିକାରୀ କିନ୍ତୁ କଳାରେ ଥିଲେ ସେ ଅମାପ ସମ୍ପତ୍ତିର ଅଧିକାରୀ। ଖାଲି କଳା ନୁହେଁ, ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ମଧ୍ୟ ସେ ଲୋକ ପ୍ରୀୟତା ଅର୍ଜନ କରିଥିଲେ ।ଜନଗଣନା କାର୍ଯ୍ୟରେ ବିଶେଷ ଅବଦାନ ପାଇଁ ସେ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଠାରୁ ମଧ୍ୟ ପଦକ ଲାଭ କରି ପ୍ରଶଂସିତ ହୋଇଥିଲେ । ବରଗଡ଼,ସମ୍ବଲପୁର ,ସୋନପୁର ଆଦି ଜିଲ୍ଲାରେ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବର୍ଷୀୟାନ କଳାକାର ର ସମ୍ମାନ ଲାଭ କରିଥିଲେ । କଳା କୁ ସାଧନ କରି ସେ ଜନ ମାନସ କୁ ଅବିଭୂତ କରିଦେଇଥିଲେ ବୋଲି ବରେଣ୍ୟ ଅତିଥି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ ।ପୁଣି ଥରେ ତାଙ୍କର ସ୍ମୃତିରେ ସମସ୍ତେ ବିଭୋର ହୋଇପଡ଼ିଥିଲେ ।ସେ ଛାତ୍ର ବତ୍ସଲ ଶିକ୍ଷକ ଥିଲେ ।ତେଣୁ ଏହି ଶୁ ଅବସରରେ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଦିବ୍ୟlଙ୍ଗ ଶିଶୁ ମାନଙ୍କୁ ତାଙ୍କ ପୁତ୍ର ଆକାଶ ଓ ପୁତ୍ରବଧୂ ଅନୁ ଅନ୍ନ ଭୋଜନ ଦେଇଥିଲେ ।।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର କର୍ମଚାରୀ ଆଶାବତୀ କୁମ୍ଭାର,ବିଜୟା ପ୍ରଧାନ ,କାମଦେବ ବେହେରା, କିଶୋର ପଟେଲ,ଗଣେଶ ବର୍ଗେ , ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଶେଷରେ କମିଟିର ସମ୍ପାଦିକା ଅନସୂୟା ଦେବତା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।