ପଶୁ ଶିକାର ବେଳେ ୪ ଶିକାରୀ ଗିରଫ, ବନ୍ଧୁକ ଜବତ ଆର,ଉଦୟଗିରି(ମନୋଜ କୁମାର ପିଢୀ)-: ପାରଳାଖେମଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଲଖାରି ଅଭୟାରଣ୍ୟରେ ବେଆଇନି ଶିକାର କରୁଥିବା ବେଳେ ଦେଶୀ ବନ୍ଧୁକ ସହ ୪ ଶିକାରୀଙ୍କୁ ଶୁକ୍ରବାର ବନବିଭାଗ ପକ୍ଷରୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଉଛି । ଅଭିଯୁକ୍ତମାନେ ହେଲେ ମୋହନା ବ୍ଳକ ଢେପାଗୁଡା ପଞ୍ଚାୟତ ଶ୍ରୀରାମପୁର ଗାଁର ପୂଣ୍ଣଚନ୍ଦ୍ର ମଣ୍ଡଳ, ଅଭିମନ୍ୟୁ ମଣ୍ଡଳ ଓ ତ୍ରିନାଥପୁର ଗାଁର ଦିବାକର ରଇତ ଓ ଦେବରାଜ ରଇତ । ଗତକିଛି ମାସ ହେଲା ଚନ୍ଦ୍ରଗିରି ବନାଞ୍ଚଳ ଲଖାରୀ ଅଭୟାରଣ୍ୟରେ ବେଆଇନ ବାଘ ଛାଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ପାରଳାଖେମଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦେଶ କ୍ରମେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଲଖାରୀ ଅଭୟାଣ୍ୟରେ ପାଟ୍ରୋଲିଂକୁ କଡାକଡି କରାଯାଇଥିଲା । ତେବେ ଗୁରୁବାର ରାତିରେ ଶିକାରୀମାନେ ଅଭୟାରଣ୍ୟରେ ପଶି ଶିକାର ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଧରିଥିଲା ।
Related Posts

କଳାକାର ମହାସଂଘ ତରଫରୁ ଟିକାବାଲି ବ୍ଲକ କଳା ସଂକୃତି ସଂଘ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କଳାକାର ମହାସଂଘ ତରଫରୁ ଟିକାବାଲି ବ୍ଲକ କଳା ସଂକୃତି ସଂଘ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା………………………………….. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ…

ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ
ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ ଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ କିଛି ଦିନ…

ମିନି ଟ୍ରକ ଧକ୍କାରେ ଶ୍ରମିକ ଗୁରୁତର, ରାସ୍ତା ଅବରୋଧ
ମିନି ଟ୍ରକ ଧକ୍କାରେ ଶ୍ରମିକ ଗୁରୁତର, ରାସ୍ତା ଅବରୋଧ ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ରେ ଟ୍ରକ ଧକ୍କାରେ ଜଣେ…