ପରିବହନ ଗାଡ଼ି ରୁ ବେଆଇନ ଅର୍ଥ ଆଦାୟ,୫ ଗିରଫ, ଦୁଇ ଫେରାର। ଗଞ୍ଜାମ:ଗୋଳନ୍ଥରା ଥାନା ଅର୍ନ୍ତଗତ ଓଡ଼ିଶା ସୀମାନ୍ତ ଗିରିସୋଲା ଛକରେ ବିଭିନ୍ନ ମାଲ୍ ବୋଝେଇ ଟ୍ରକ ରୁ ବେଆଇନ ଅର୍ଥ ଆଦାୟ ଅଭିଯୋଗ ପାଇ ଗୋଳନ୍ଥରା ପୋଲିସ ସାଦା ପୋଷାକ ରେ ଚଢ଼ାଉ କରି ୩ ଜଣ ଦଲାଲ କୁ କାବୁ କରିଥିଲେ। ଦଲାଲ୍ ମାନେ ହେଲେ କେ ବିଜୟ କୁମାର୍, ରବିନ୍ଦ୍ର ସାହୁ ଓ ଭରତ ସାହୁ ପ୍ରମୁଖ ଙ୍କୁ ପୋଲିସ ଥାନା ରେ ରଖି ପଚରାଉଚରା କରିବା ବେଳେ ସେମାନେ କଳା କାରନାମା ର ଗୁମର ଖୋଲିଥିଲେ। ଯାହାକି ଆଶ୍ଚର୍ଯ୍ୟ ବିଷୟ। ଉକ୍ତ ଦଲାଲ୍ ମାନେ ଆଗରେ ପରିବହନ ଅଧିକାରୀ ଜଗି ଛନ୍ତି କହି ବିଭିନ୍ନ ଗାଡ଼ି ଦୁଇ ଶହ ଟଙ୍କାରୁ ହଜାର ହଜାର ଟଙ୍କା ଆଦାୟ କରୁଥିଲେ। ଏହି ଆଦାୟ ଅର୍ଥ ଅନ୍ୟ ଦୁଇ ପରିବହନ ଅଧିକାରୀ କେ ଭେଙ୍କଟେଶ ରାଓ ଓ କନିଷ୍ଠ ଏମ୍ ଭି ଆଇ ରତିକାନ୍ତ ନାୟକଙ୍କ ସହ ମିଶି ଭାଗ କରିଥିଲେ। ଏତଦବ୍ୟତୀତ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଉଥିଲା। ଏହି ଚଢାଉ ବେଳେ କୌଶଳ କ୍ରମେ ଆଉ ଜଣେ ଖସି ପଳାଇଥିବା ଜଣାପଡିଛି। ବର୍ତମାନ ଅଭିଯୁକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ଭୁବନେଶ୍ୱର: ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ।ସକାଳ ୭ଟାରୁ ଚାଲିଛି ଭୋଟ ଗ୍ରହଣ।୬ ଲୋକସଭା…

“କାହ୍ନା ” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ।
“କାହ୍ନା ” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ।ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” କାହ୍ନା ” ଚାରିଟେବୁଲ ଟ୍ରଷ୍ଟ…

ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା
ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା ପୋଲିସ ବୁଧବାର ଦିନ ରାୟଗଡା ଜିଲ୍ଲା ପୋଲିସ ଓ ଗୁଣୁପୁର ପ୍ରଶାସନ…