ପରାକ୍ରମ ଦିବସ ଓ ନେତାଜୀ ଜୟନ୍ତୀ ଅବସରରେ ନାଲକୋ ଏସଭିଏମରେ ୮୫ ୟୁନିଟ ରକ୍ତ ସଂଗ୍ରହ
ଦାମନଯୋଡି : ତାରିଖ ୨୩.୧.୨୦୨୫: ନବରତ୍ନ କମ୍ପାନୀ ନାଲକୋ ,ଦାମନଯୋଡିସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଜାତୀୟ ପରାକ୍ରମ ଦିବସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ପାଳନ ତଥା ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ମିଳିତ ଆନୁକୁଲ୍ୟରେ ଏକ ବିରାଟ ରକ୍ତଦାନ ଶିବିରର ଆୟୋଜିତ୍ ହୋଇଯାଇଅଛି। ବିଦ୍ୟା ମନ୍ଦିରର ବରିଷ୍ଠ ଶିକ୍ଷକ ତଥା ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡକ୍ଟର ନରେଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ନାଲକୋର ସମୂହ ମହା ପ୍ରବନ୍ଧକ(ମାଇନ୍ସ) ତଥା ଏସଭିଏମର ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ମହନ୍ତ ଶିବିର ଉଦଘାଟନ କରିଥିଲେ। ନାଲକୋ ବିଦ୍ୟାମନ୍ଦିର ସଂପାଦକ ଡଃ ଚିତ୍ତରଂଜନ ମିଶ୍ର, ସିଆଇଏସଏଫ କମାଣ୍ଡାଣ୍ଟ ସତ୍ୟ ଦେବ୍ ଆର୍ୟା, ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଜଗତି,ଆରଆଇ ମହାରଣା ,ଏଫବିଡିଓ କୋରାପୁଟ ଶାଖାର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସଂପାଦିକା ସ୍ନିଗ୍ଧାରାଣୀ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାଙ୍କୁ ଉସ୍ଚାହିତ କରିଥିଲେ।ଡକ୍ଟର ନରେଶ ଚନ୍ଦ୍ର ସାହୁ ଆଜି ତାଙ୍କ ୯୬ତମ ଓ ଡଃ ଅଶୋକ ମହାନ୍ତି ତାଙ୍କର ୬୫ ତମ ରକ୍ତଦାନ କରିଥିଲେ। ଉକ୍ତ ଶିବିରରୁ ସମୁଦାୟ ୮୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିଆର୍ଶିଙ୍ଘ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତାଙ୍କ ଷ୍ଟାଫ ରଞ୍ଜିତ ସାହୁ, ପୁସ୍ପିତା ମହାନ୍ତ ଓ ଅଜିତ ଗୌଡ଼ ରକ୍ତ ସଂଗ୍ରହ କରିଥିଲେ।ଡକ୍ଟର ନିରୋଦ କୁମାର ପ୍ରଧାନ, ରବୀନ୍ଦ୍ର ସାହୁ,ଡକ୍ଟର ଅଶୋକ ମହାନ୍ତି,ନାରାୟଣ ଲାମତା,ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ। ଏଥି ସହିତ ବିଦ୍ୟାମନ୍ଦିର ଅଡିଟୋରୀୟମ ରେ ଭାରପ୍ରlପ୍ତ ଅଧକ୍ଷଙ୍କ ଅଧ୍ୟକ୍ଷତାରେ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସଭାର ଆୟୋଜନ କରଯାଇଥିଲା। ଏଥିରେ ପରିଚାଳନା ସମିତିର ସଭପତି ପୁରୁଷୋତ୍ତମ ମହନ୍ତ, ସମ୍ପାଦକ ଡ଼ାଃ ଚିତ୍ତରଞ୍ଜନ ମିଶ୍ର, ନିମନ୍ତ୍ରିତ ଅତିଥି ସ୍ନିଗ୍ଧା ମିଶ୍ର, ସ୍ଵlତି ଚାଟାର୍ଜୀ ଓ ଶ୍ରୀ ଜଗଟି ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜଲକ୍ଷ୍ମୀ ସାହୁ ସଭା ପରିଚାଳନା କରିଥିଲେ।
