ପରଲୋକରେ ପଦ୍ମଲୋଚନ, ଲରମ୍ଭା କଲେଜର ଶୋକଦିବସ

ପରଲୋକରେ ପଦ୍ମଲୋଚନ, ଲରମ୍ଭା କଲେଜର ଶୋକଦିବସ ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା କଲେଜ ଠାରେ ସ୍ବର୍ଗତ ପଦ୍ମଲୋଚନ ପଣ୍ଡାଙ୍କ ବିୟୋଗରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଶୋକ ଦିବସ ପାଳିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଦୁଇମିନିଟ ନୀରବ ପ୍ରାର୍ଥନା ପୂର୍ବକ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ସରୋଜ କୁମାର ନାୟକ, ପ୍ରଦୀପ କୁମାର ପଣ୍ଡା ମୁଖ୍ୟକିରାଣୀ ପ୍ରମୋଦ ଚନ୍ଦ୍ର ସେଠ, ବିଦେଶୀ ଛନ୍ଦ ପ୍ରମୁଖ ସ୍ନୁତିଚାରଣ କରିଥିଲେ । ସ୍ବର୍ଗତ ପଣ୍ଡା ଲରମ୍ଭ‍ା କଲେଜର ପ୍ରତିଷ୍ଠାତା ବ୍ରଜମୋହନ ପଣ୍ଡାଙ୍କ କନିଷ୍ଠ ପୁତ୍ର ଥିଲେ ଓ କଲେଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ, ନିଷ୍ଠାର ସହ ସକ୍ରିୟ ଭୂମିକାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *