ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ

ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ

ସେମିଳିଗୁଡା: ଆଦିବାସୀ କଳା ସଂସ୍କୃତି ବଜାଇ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତ ବିଭାଗ ମିଳିତ ଆନୁକୁଲ୍ୟରେ ପ୍ରତି ବର୍ଷ ପରବ ପାଳନ କରି ଆସୁ ଚନ୍ତି। ଚଳିତ ବର୍ଷ ପରବ ସେମିଳିଗୁଡା ବ୍ଲକ୍ ରୁ ଶୁଭାରମ୍ଭ ହେବ କୁ ଥିବା ବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡା ପଞ୍ଚାୟତ ସମିତି ସଭଗୃହରେ ଆସନ୍ତା ୨୭-୧୦-୨୦୨୪ ରିଖରେ ହେବାକୁ ଥିବା ଜାତୀୟ ସ୍ତରୀୟ ପରବ ୨୦୨୪ ମହୋତ୍ସବର ଉଦଘାଟନୀ ମଶାଲ ଶୋଭାଯାତ୍ରା ନିମନ୍ତେ ଆୟୋଜିତ ଉକ୍ତ ପ୍ରସ୍ତୁତି ବୈଠକରେ ରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରୀୟ ଲୋକମହୋତ୍ସବ ପରବ-୨୦୨୪ ର ଉଦଘାଟନୀ ଉତ୍ସବ ଆସନ୍ତା ୨୭ ତାରିଖରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଂଚାୟତର ମୋୖଳି ମା ମନ୍ଦିର ନିକଟରୁ ଆରମ୍ଭ ହେବ । ବ୍ଲକ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ସେମିଳିଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ତଥା ଜିଲ୍ଲାର ସମସ୍ତ ବିଭଗୀୟ ଅଧିକାରୀଙ୍କୁ ନେଇ ମଧ୍ୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରି କହିଛନ୍ତି ସେମିଳିଗୁଡା ବ୍ଲକର ଦୁଧାରୀ ଗାଁ ରୁ ପରବ ଆରମ୍ଭ ହେବାକୁ ଯାଉଛି ଆମେ ଗୌରବ ଅନୁଭବ କରୁଛୁ । ତେଣୁ ଏହି ପରବକୁ ଆମେ ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତସ ଏକାଠି ହୋଇ କେମିତି ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁ ରେ ପାଳନ କରିବା ତାହା ହେଉଛି ଦାୟିତ୍ୱ ବୋଲି ବିଧାୟକ ରାମଚନ୍ଦ୍ର କାଡ଼ାମ କହିଥିଲେ । ଏତଦବ୍ୟତୀତ ପାଣି ଲାଇଟ ,ସ୍ଵାସ୍ଥ୍ୟ ,ଯାତାୟତ ଭଳି ସମସ୍ତ ବ୍ୟବସ୍ତା ସୁଚାରୁ ରୁପେ ସମସ୍ତ ବିଭାଗ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ।ଦୁଧାରୀରେ ପରବ ଆରମ୍ଭ ଯେପରି ପୂର୍ବରୁ ହୋଇଥିବା ପରବ ଠାରୁ ଅନନ୍ୟ ହେବ ବୋଲି ମତ ରଖିବା ସହ ଜିଲ୍ଲାର ସମସ୍ତ ୧୪ ବ୍ଲକ ଏବଂ ୪ ଟି ପୋୖର ପରିଷଡ଼ରୁ ପ୍ରାୟ ୧୫ ହଜର ଲୋକଙ୍କ ସମାଗମକୁ ଅମୁମାନ କରି ସମସ୍ତ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ମୋୖଳି ମନ୍ଦିର ରେ ପରବ ମଶାଲ କୁ ପୂଜାର୍ଚନା କରିବା ପରେ ସେଠାରୁ ମଶାଲ ଶୋଭାଯାତ୍ରାରେ ବାହାରି ଦୁଧାରୀ ପଂଚାୟତ କାର୍ଯ୍ୟାଳୟ ପାର୍ଶ୍ୱ ପଡ଼ିଆରେ ସ୍ଥାପନା କରିବାକୁ ନିଷ୍ପତି କରାଯାଇଛି ପରବର୍ତ୍ତୀ ପର୍ଯ୍ୟାୟରେ ସେଠାରେ ପରବ -୨୦୨୪ ର ବିଭିନ୍ନ ଲୁକାଇତ ପ୍ରତିଭା ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଉପସ୍ଥିତ ସମସ୍ତ ଅତିଥିଙ୍କୁ ନେଇ ସଭା କାର୍ଯ୍ୟ ଆରମ୍ଭ ହେବ ବୋଲି ବୈଠକ ନିଷ୍ପତି ନିଆଯାଇଛି ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼ , ସେମିଳିଗୁଡା ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରି,ଯୋନ-୨ ଜିଲ୍ଲା ପରିଷଦ ସଦସ୍ୟ ମୋହନ ଯାନୀ, ସୁନାବେଡା ପୋୖର ପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ନାୟକ, ସିଡିପିଓ ବିନୋଦିନୀ ବେହେରା, ବି ଏସ ଏସ ଓ ଟି ଶୁରଭି, ଆସିଷ୍ଟାଣ୍ଟ ଇଞ୍ଜିନିୟର ଶିବ ପ୍ରସାଦ ପାଢ଼ୀ, ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ସମେତ ସେମିଳିଗୁଡା ବ୍ଲକର ସମସ୍ତ ପଂଚାୟତର ସରପଞ୍ଚ , ସମିତି ,ବ୍ଲକର ଅନ୍ୟ କର୍ମଚାରୀ ଓ ବ୍ଲକ ସ୍ତରର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରବ ଆରମ୍ଭ ଉତ୍ସବ କି ପରି ସଫଳ ହେବ ନିଜ ନିଜ ମତ ପ୍ରକାଶ କରିଥିଲେ।

ରିପୋର୍ଟ by ch kurma Rao semiliguda

Leave a Reply

Your email address will not be published. Required fields are marked *